ରାଜନୀତି କୋଭିଡ ଟେଷ୍ଟିଙ୍ଗ ପାଇଁ ଜନ ଜାଗରଣ ସୃଷ୍ଟି କରିବ ବିଜେପି Angul OnlineMay 22, 2021May 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ରାଜ୍ୟ ସଂଗଠନର ପ୍ରସ୍ତାବ କ୍ରମେ ସମଗ୍ର ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଟିମ ଗଠନ କରାଯାଇଛି । ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭର୍ତ୍ତୃଆଲ ବୈଠକରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ,ବରିଷ୍ଠ ନେତା ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟେଷ୍ଟିଙ୍ଗ ଉପରେ ଗୁରୁତ୍ୱ ଦେଇ ଥିବାରୁ ଏହାକୁ ନେଇ ବିଜେପି ଜିଲ୍ଲା ସାରା ଜନ ଜାଗରଣ ସୃଷ୍ଟି କରିବ ବୋଲି ବୈଠକରେ ପ୍ରକାଶ ପାଇଛି । ଲୋକମାନେ ନ ଡରି କୋଭିଡ ଟେଷ୍ଟ କରାଇ ବାକୁ ବିଜେପି ଗୁରୁତ୍ୱାରୋପ କରିଛି । ଯେତେ ଶୀଘ୍ର ଟେଷ୍ଟ ହେବ ସେତେ ଶୀଘ୍ର ରୋଗ ଜଣା ପଡିବ ଏବଂ ସେତେ ଶୀଘ୍ର ରୋଗୀ ଭଲ ହୋଇ ଯିବ, କିନ୍ତୁ ଟେଷ୍ଟ ରେ ବିଳମ୍ବ କଲେ ରୋଗ ଜାଣିଲା ବେଳକୁ ବିଳମ୍ବ ହେବ ଏବଂ ସେତେବେଳେ ରୋଗୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେବ ବୋଲି ମତ ପ୍ରକାଶ ପାଇଛି । ଦିନକୁ ଦିନ କରୋନା ସ୍ଥିତି ଅନୁଗୁଳ ଜିଲ୍ଲାରେ ଭୟାବହ ପରିସ୍ଥିତି ସୃଷ୍ଟି କଲାଣି । ପ୍ରଶାସନ ଏଥି ପ୍ରତି ଯତ୍ନଶୀଳ ହୋଇ ଟେଷ୍ଟିଙ୍ଗ ଏବଂ ଟ୍ରେସିଂ ଉପରେ ଗୁରୁତ୍ୱ ଦେବା ପାଇଁ ବିଜେପି ଦାବୀ କରିଛି । ବର୍ତ୍ତମାନ ଜିଲ୍ଲାରେ ଟେଷ୍ଟିଙ୍ଗ ଯେତିକି ହେଉଛି ସେଥି ମଧ୍ୟରୁ ଅଧାରୁ ଅଧିକ ସଂକ୍ରମିତ ବାହାରୁ ଥିବାରୁ ଘର ଘର ବୁଲି ଟେଷ୍ଟିଙ୍ଗକୁ ବଢ଼ାଇବାକୁ ବିଜେପି ଗୁରୁତ୍ୱାରୋପ କରିଛି । ସେବା ହିଁ ସଂଗଠନ କୁ ବିଜେପି ମୂଳମନ୍ତ୍ର କରି ସମଗ୍ର ଦେଶରେ ବୁଥ ସ୍ଥରରେ କାର୍ଯ୍ୟକର୍ତା ମାନେ ସେବା କାର୍ଯ୍ୟ ରେ ଲାଗି ପଡିଛନ୍ତି । କୋଭିଡ ପରିଚାଳନା ପାଇଁ ଜିଲ୍ଲା ସ୍ତରରେ ପ୍ରକାଶ ମହାରଣା, ସୁଦୀପ ଗଡ଼ନାୟକ, ବିଶ୍ୱଜିତ ମିଶ୍ର, ବିକାଶ ନହରା ଏବଂ ପ୍ରଭାତ ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ଜିଲ୍ଲା ହସ୍ପିଟାଲରେ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଜୟ ମାଝୀ, ସୋମନାଥ ରାଉତ, ନମିତା ଦଳ ବେହେରା, ରୋଜାଲୀନ ଦାସ ପ୍ରମୁଖ ଦାୟିତ୍ଵ ନେଇ ଥିବା ବେଳେ, ସମସ୍ତ ୩୧ ଟି ମଣ୍ଡଳରେ ପାଞ୍ଚ ଜଣିଆ କମିଟି ଗଠନ ହୋଇ ଜିଲ୍ଲାର ସମସ୍ତ ମେଡିକାଲ, କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲରେ ବିଜେପି କାର୍ଯ୍ୟକର୍ତାଙ୍କୁ ଦାୟିତ୍ୱ ଦିଆ ଯାଇଛି । ସେମାନେ ଲୋକ ମାନଙ୍କର ଏଭଳି ସ୍ଥିତିରେ ସେବା କାର୍ଯ୍ୟକରିବା ପାଇଁ କୁହାଯାଇଛି । ଆଜିର ଏହି ବୈଠକରେ ଜିଲ୍ଲା ମିଡ଼ିଆ ସେଲ କୋରଡିନେଟର ପର୍ଶୁରାମ୍ ବାରିକ, ସମୀର ପରିଡା,ସମ୍ପାଦକ ପ୍ରଶାନ୍ତ ନନ୍ଦ, ଚିତ୍ତରଞ୍ଜନ ମେହେର, ନୃସିଂହ ବରାଳ, ପେସ୍କାର ଗଡ଼ନାୟକ, ପ୍ରଭାତ ପ୍ରଧାନ,ଙ୍କ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ ଯୋଗ ଦେଇଥିଲେ । Advertisement
ରୁଦ୍ର ପାଣିଙ୍କ କଥା ନିନ୍ଦନୀୟ ଓ ଘୂର୍ଣ୍ୟ – ଓଡ଼ିଶା ପଛୁଆ ବର୍ଗ ମହାସଂଘ ଅନୁଗୁଳ – ଅନୁଗୁଳ ପୁରୁଣା ବସ ଷ୍ଟାଣ୍ଡ ରାଜା ସୋମନାଥ ସିଂହ ଜଗଦେବଙ୍କ ପ୍ରତିମୂର୍ତ୍ତି ତଳେ ଓଡ଼ିଶା ପଛୁଆ ବର୍ଗ ମହାସଂଘ ପକ୍ଷରୁ ଏକ ପ୍ରତିବାଦ ସଭା…
ବିଜେଡିରୁ କୈଳାସ ବହିଷ୍କୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ପୂର୍ବତନ ବିଜେଡି ସଭାପତି କୈଳାସ ସାହୁଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ସୂଚନା ଅନୁସାରେ ଦଳ ସଭାପତି ପୂର୍ବତନ…
ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ଅନୁଗୁଳ – ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ଘୋଷଣା କରା ଯାଇଛି । ଦଳ ପକ୍ଷରୁ ଦେଶର ୧୫୧…