ମୁଖ୍ୟ ଖବର ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକାଙ୍କ ମୃତ୍ୟୁ Angul OnlineMay 23, 2021May 23, 2021 ଅନୁଗୁଳ – ଅନୁଗୁଳ ପଞ୍ଚମହଲା ସ୍ଥିତ ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକା ସତ୍ୟଭାମା ନାୟକଙ୍କ ଆଜି ଦେହାନ୍ତ ହୋଇଛି । ଗତ କିଛିଦିନ ତଳେ ସେ କରୋନା ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଥିଲେ । ତେବେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁଷ୍ଠାନର କର୍ମଚାରୀଙ୍କ ଠାରୁ ଜାଣିବାକୁ ମିଳିଛି । ଆଦୃତା ଶିଶୁ ସଦନର ସବୁ ପିଲାମାନଙ୍କର ସେ ମାଆ ଥିଲେ । ଅଲୋଡା, ଅବହେଳିତ ଶିଶୁମାନଙ୍କୁ ମଣିଷ କରିବାରେ ଜୀବନ ତାଙ୍କର ସମ୍ପୂର୍ଣ୍ଣ ରୁପେ ସମର୍ପିତ ଥିଲା । ତାଙ୍କର ସରଳ ଜୀବନ ଓ ଜୀବନାଦର୍ଶ ଯିଏ ଦେଖିଛି ତାକୁ ପ୍ରଭାବିତ କରିଛି । Advertisement
ଆଇ କାର୍ଡ ମାଗିଲେ ଲୋକେ – ହଟହଟା ହେଲେ ଟାକ୍ସ କର୍ମଚାରୀ ଅନୁଗୁଳ – ଆଇ କାର୍ଡ ନଥିବାରୁ ହଟହଟା ହେଲେ ଟାକ୍ସ କର୍ମଚାରୀ । ଗାଡି ଅଟକାଇ ଫାଇନ କାଟିବା ବେଳେ ଲୋକ ଆଇ କାର୍ଡ ମାଗିଲେ ଆଉ…
ଭୋଜି ଖାଇ ଫେରୁଥିବା ବେଳେ ଟ୍ରକ ଧକ୍କାରେ ଅବସରପ୍ରାପ୍ତ ସେନା କର୍ମଚାରୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଚନ୍ଦ୍ରବାହାଳ ଠାରେ ଏକ ଟ୍ରକ ଧକ୍କାରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ…
ଗୋ ମାଂସ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ନିର୍ଧୂମ ମାଡ – ଗିରଫ କଲା ପୁଲିସ ତାଳଚେର – ବଜାର ଉପରେ ଗୋ ମାଂସ ବିକ୍ରି ଅଭିଯୋଗରେ ତାଳଚେର ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ରାଷ୍ଟ୍ରୀୟ ବଜରଙ୍ଗ ଦଳ , ତାଳଚେର ଶାଖାର…