ଆଞ୍ଚଳିକ ଅଚିହ୍ନା ମୃତଦେହ ଉଦ୍ଧାର Angul OnlineMay 26, 2021May 26, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି ପାରି ନାହିଁ । ସୂଚନା ଅନୁସାରେ ଗତ ୨୩ ତାରିଖ ଏହି ବୃଦ୍ଧ ଜଣଙ୍କ ବୀରବରପଲ୍ଲୀ ନିକଟରେ ହୋଇଥିବା ଅସ୍ଥାୟୀ କୋଭିଡ ସେଣ୍ଟର ନିକଟରେ ପଡିଥିଲେ । ଏ ନେଇ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କୋଭିଡ୍ ଟେଷ୍ଟରେ ତାଙ୍କର ନେଗେଟିଭ ରିପୋର୍ଟ ଜଣାପଡିଛି । ମୃତ ବ୍ୟକ୍ତିଙ୍କର ଆନୁମାନିକ ବୟସ ୬୫ ବର୍ଷ , ପତଳା ଶରୀର ଓ ଦାଢ଼ି ଥିବାବେଳେ ସେ ଏକ ଧଳା ଗଞ୍ଜି ଓ ବାଇଗଣି ରଙ୍ଗର ଲୁଙ୍ଗି ପରିଧାନ କରିଛନ୍ତି । Advertisement
ରାବଣ ପୋଡିର ଅଫୁଟା ବାଣ ଫୁଟି ନାବଳକ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିବାର ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ କରା ଯାଇଥିଲା । ତାଳଚେର ସାଉଥବଲଣ୍ଡା ଠାରେ ମଧ୍ୟ…
ବିଭିନ୍ନ ସମସ୍ୟାର ସମାଧାନ ଦାବୀ ରେ ରାଜସ୍ବ କମିଶନରଙ୍କୁ ଦାବୀପତ୍ର ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଅନୁଗୁଳ ଜିଲ୍ଲା ସଚେତନ ନାଗରିକ ପକ୍ଷରୁ ଅନୁଗୁଳ ଗସ୍ତରେ ଥିବା ରାଜସ୍ବ କମିଶନର ଅନିଲ୍ ସାମଲଙ୍କୁ…
ଟ୍ରକରେ ଲୋଡିଙ୍ଗ ଦେବାକୁ କମ୍ପାନୀ ଅମଙ୍ଗ – ଚାଲୁ ରହିବ ଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକରେ ଥିବା ଜିନ୍ଦଲ ଓ ନାଲକୋ କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଆଜି ପ୍ରଶାସନ ମଧ୍ୟସ୍ଥତାରେ କମ୍ପାନୀ ଓ…