ଅପରାଧ ୮୫ ପେଟି ମଦ ଜବତ – ଜଣେ ଗିରଫ Angul OnlineJune 12, 2021June 12, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ପଞ୍ଚାୟତ ସ୍ଥିତ ପୁରୁଣା ମଦ କାଉଣ୍ଟର ନିକଟରୁ ୮୫ ପେଟି ବିଦେଶୀ ମଦ ଜବତ କରିଛି ବଅଁରପାଳ ପୂଲିସ । ଏହି ଜବତ ମଦ ଲକ୍ଷାଧିକ ଟଙ୍କାର ମୂଲ୍ୟ ବୋଲି ଜଣାପଡିଛି । କରୋନା ମହାମାରୀ ଚାଲିଥିବା ବେଳେ, ଚଢା ଦରରେ ବିକିବା ପାଇଁ ମହଜୁଦ କରି ରଖି ଚୋରାରେ ବିକ୍ରି କରିବା ଉଦ୍ୟେଶରେ ରଖିଥିବା ବେଳେ ସୂଚନା ପାଇ ପୁଲିସ ଚଢାଉ କରିବା ସହ ଏହି ମଦ ଜବତ କରିଛି । ସୂଚନା ଅନୁସାରେ ବଅଁରପାଳ ପୁଲିସ , ନୂଆହତା ଗ୍ରାମର ଜଣେ ବ୍ୟକ୍ତି ଚୋରା ମଦ କାରବାର କରୁଥିବା ଖବର ପାଇଥିଲେ । ଥାନା ଅଧିକାରୀ ନରେଶ ସାହୁ ସଦଳବଳେ ନୂଆହତା ଗ୍ରାମର ଗଣେଶ ସାହୁଙ୍କ ଘରେ ଆତର୍କିତ ଚଢ଼ାଉ କରିଥିଲେ । ସେଠାରୁ ୭୪୦ ଲିଟର ବିଦେଶୀ ମଦ ଜବତ କରିବା ସହ ମହଜୁଦ ରଖିଥିବା ନୂଆହତା ଗ୍ରାମର ଗଣେଶ ସାହୁଙ୍କୁ ପୁଲିସ ଗିରଫ କରିଥିଲା । ଏତେ ପରିମାଣର ମଦ କେବେ ପୁର୍ବରୁ ଜବତ ହୋଇନଥିବା ଜଣାପଡିଛି । ଏକକାଳୀନ ୭୪୦ ଲିଟର ମଦ ଜବତ ହେବା ବଅଁରପାଳ ଥାନାରେ ପ୍ରଥମ ଘଟଣା । ଏ ନେଇ ବଅଁରପାଳ ଥାନା ପକ୍ଷରୁ ୧୮୪/୨୧ ରେ ଏକ ମାମଲା ରୁଜୁ କରି ଗଣେଶକୁ କୋର୍ଟ ଚାଲାଣ କରାଯାଇଛି । Advertisement
ଗଞ୍ଜେଇ ଚାଷ ନଷ୍ଟ ବେଳେ ମିଳିଲା ବନ୍ଧୁକ ଓ ଗୁଳି ଅନୁଗୁଳ – ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ , ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କର ଯାଇଛି । ଚଢାଉ…
ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା-ଗିରଫ ହେଲା ପିଶାଚ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ପୀଢ଼ଖମଣ ଗାଁର ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ…
ଟଙ୍କା ଲୁଟିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳରେ ପୁଣି ମାତିଲେ ସାଇବର ଠକ । କେୱାଇସି ଅପଡେଟ୍ କରିବା ବାହାନରେ ଶିମିଳିପଡ଼ାର ଜୈନିକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୨୦ ହଜାର ଲୁଟ କରି…