ଅପରାଧ ୮୫ ପେଟି ମଦ ଜବତ – ଜଣେ ଗିରଫ Angul OnlineJune 12, 2021June 12, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ପଞ୍ଚାୟତ ସ୍ଥିତ ପୁରୁଣା ମଦ କାଉଣ୍ଟର ନିକଟରୁ ୮୫ ପେଟି ବିଦେଶୀ ମଦ ଜବତ କରିଛି ବଅଁରପାଳ ପୂଲିସ । ଏହି ଜବତ ମଦ ଲକ୍ଷାଧିକ ଟଙ୍କାର ମୂଲ୍ୟ ବୋଲି ଜଣାପଡିଛି । କରୋନା ମହାମାରୀ ଚାଲିଥିବା ବେଳେ, ଚଢା ଦରରେ ବିକିବା ପାଇଁ ମହଜୁଦ କରି ରଖି ଚୋରାରେ ବିକ୍ରି କରିବା ଉଦ୍ୟେଶରେ ରଖିଥିବା ବେଳେ ସୂଚନା ପାଇ ପୁଲିସ ଚଢାଉ କରିବା ସହ ଏହି ମଦ ଜବତ କରିଛି । ସୂଚନା ଅନୁସାରେ ବଅଁରପାଳ ପୁଲିସ , ନୂଆହତା ଗ୍ରାମର ଜଣେ ବ୍ୟକ୍ତି ଚୋରା ମଦ କାରବାର କରୁଥିବା ଖବର ପାଇଥିଲେ । ଥାନା ଅଧିକାରୀ ନରେଶ ସାହୁ ସଦଳବଳେ ନୂଆହତା ଗ୍ରାମର ଗଣେଶ ସାହୁଙ୍କ ଘରେ ଆତର୍କିତ ଚଢ଼ାଉ କରିଥିଲେ । ସେଠାରୁ ୭୪୦ ଲିଟର ବିଦେଶୀ ମଦ ଜବତ କରିବା ସହ ମହଜୁଦ ରଖିଥିବା ନୂଆହତା ଗ୍ରାମର ଗଣେଶ ସାହୁଙ୍କୁ ପୁଲିସ ଗିରଫ କରିଥିଲା । ଏତେ ପରିମାଣର ମଦ କେବେ ପୁର୍ବରୁ ଜବତ ହୋଇନଥିବା ଜଣାପଡିଛି । ଏକକାଳୀନ ୭୪୦ ଲିଟର ମଦ ଜବତ ହେବା ବଅଁରପାଳ ଥାନାରେ ପ୍ରଥମ ଘଟଣା । ଏ ନେଇ ବଅଁରପାଳ ଥାନା ପକ୍ଷରୁ ୧୮୪/୨୧ ରେ ଏକ ମାମଲା ରୁଜୁ କରି ଗଣେଶକୁ କୋର୍ଟ ଚାଲାଣ କରାଯାଇଛି । Advertisement
ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଘଟଣା – ସ୍ୱାମୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ପରିବାରିକ ବିବାଦ ଘଟଣାରେ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଶ୍ରୀଧର ମୁଣ୍ଡାକୁ ବୁଧବାର ଅନୁଗୁଳ ଅତିରିକ୍ତ ଜିଲା ଓ ସେସନ୍ସ…
୭୩୯ କେଜି ଗଞ୍ଜେଇ ପୋଡ଼ିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗରେ ଜବତ ହୋଇଥିବା ୭୩୯ କେଜି ଗଞ୍ଜେଇକୁ ପୋଡ଼ି ନଷ୍ଟ କରିଛି ଅନୁଗୁଳ ପୁଲିସ । ସୂଚନା…
ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ – ନିସ୍ତୁକ ମାଡ଼ ଯୋଗୁଁ ମୃତ୍ୟୁ ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଯୋଡ଼ା ଧରିଛି । କିଛି ଦିନ ତଳେ ସମ୍ପୃକ୍ତ…