ଆଞ୍ଚଳିକ ଏଫଇଏସ ପକ୍ଷରୁ ରାସନ ବଣ୍ଟନ Angul OnlineJune 20, 2021June 20, 2021 ଅନୁଗୁଳ – କରୋନା ମହାମାରୀ ସମୟରେ ଅନୁଗୁଳର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ କରା ଯାଇଥିଲା । ହେମସୁରପଡା ପ୍ରିନ୍ସ କ୍ଲବ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶେଷ ଭାବରେ କରୋନାର ଏହି ଦୁର୍ଦ୍ଦିନ ସମୟରେ ସମଯରେ ବାସ କରୁଥିବା ତୃତୀୟ ଲିଙ୍ଗ ଅନ୍ତର୍ଗତ ବ୍ୟକ୍ତି ବିଶେସ ମାନେ ନିଜର ରୋଜଗାର ହରାଇବାର ସହିତ ଲକଡାଉନ ଯୋଗୁଁ ଗୃହବନ୍ଦୀ ଭାବେ ରହୁଛନ୍ତି । ଏହାକୁ ଦୃଷ୍ଟିରେ ରାଖୀ ପ୍ରାୟ ୬୭ ଜଣ ତୃତୀୟ ଲିଙ୍ଗ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଏଫଇଏସ ଅନୁଗୁଳ ତରଫରୁ ଚାଉଳ , ଚୂଡା , ତେଲ , ଚିନୀ , ଡାଲି ଆଳୁ , ପିଆଜ , ମସଲା ତଥା ସାବୁନ ଭଳି ମାସିକିଆ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଫଇଏସ ଅନୁଷ୍ଠାନର ମୁଖ୍ୟ ସ୍ଵପ୍ନାଶ୍ରୀ ଷଡଙ୍ଗୀ ଏବଂ ଉପ-ଜିଲ୍ଲାପାଳ ବାସୁଦେବ ଶତପଥି ଉପସ୍ଥିତ ରହି ସମସ୍ତ ହିତାଧିକାରୀ ମାନଙ୍କୁ କରୋନା ସଚେତନତା କରାଇବା ସହ ଟୀକାକରଣ କରାଇବା ଏବଂ ଆଖପାଖ ଅଞ୍ଚଳକୁ ପରିଷ୍କାର ରଖିବାକୁ ପରାମର୍ଶ ଦେଇଥିଲେ । Advertisement
ଖୁଣ୍ଟରେ ପିଟି ହୋଇ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଲାସିଙ୍ଗା ବାଲିସାହି ଛକ ଠାରେ ଖୁଣ୍ଟରେ ପିଟି ହୋଇ ଜଣେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି ।…
ହାତ ଛାଡିଲେ ସୁବୋଧ – ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଗୁଳରେ ବିଜେପିର ମିଶ୍ରଣ ପର୍ବ ଅନୁଗୁଳ – ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ , ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଆସି ବିଜେପି ମିଶ୍ରଣ ପର୍ବର ଯୋଗ ଦେଇ…
ହେମସୁରପଡା ଦୁର୍ଗାପୂଜା କମିଟି – ଅମରେଶ ସ୍ୱାଇଁ ସଭାପତି, ଶାନ୍ତନୁ ସାଧାରଣ ସମ୍ପାଦକ ଅନୁଗୋଳ – ୧୧ ତାରିଖ ଦିନ ହେମସୁରପଡା ଦୁର୍ଗାପୂଜା କମିଟିର ଚଳିତ ବର୍ଷ (୨୦୨୬ – ୨୭) ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।ହେମସୁରପଡ଼ା ସ୍ଥିତ ଦୁର୍ଗାପୂଜା…