ଖେଳ ଓ ଖେଳାଳି ତାଳଚେର ଠାରେ ହେବ ଇଣ୍ଡୋର ଷ୍ଟାଡିଅମ Angul OnlineJune 20, 2021June 20, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଏକ ନୂତନ ଇଣ୍ଡୋର ଷ୍ଟାଡିଅମ ତିଆରି ହେବ । ଏ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଓ ତାଳଚେର ପଞ୍ଚାୟତ ସମିତି କକ୍ଷ ଠାରେ ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ବରେ ଜାତୀୟ ସ୍ତରର କ୍ରୀଡ଼ବିତ ମାନଙ୍କୁ ନେଇ ଓଡିଶା ସରକାରଙ୍କ ୫ଟି ସଚିବ ଶ୍ରୀଯୁକ୍ତ ଭି.କେ ପାଣ୍ଡିୟାନଙ୍କୁ ଭିଡିଓ କନଫରେସିଂ ମାଧ୍ୟମରେ ପ୍ରସ୍ତାବ ଦିଆ ଯାଇଥିଲା । ତାଳଚେରରେ ଥିବା କ୍ରୀଡାବିତଙ୍କ ଅଭ୍ୟାସ ନିମନ୍ତେ ଏକ ନୂତନ ଇଣ୍ଡୋର ଷ୍ଟାଡିଅମ ତିଆରି ହେବାର ଆବଶ୍ୟକତା ରହିଛି । ଏହା ହେଲେ ବହୁ ଯୁବ ପ୍ରତିଭା ସେମାନଙ୍କ ପ୍ରତିଭା ରାଜ୍ୟ ତଥା ଦେଶରେ ଦେଖାଇ ପାରିବେ । ଏହି ପ୍ରସ୍ତାବ ପରେ ଖୁବ ଶୀଘ୍ର ତାଳଚେର ପୌରାଞ୍ଚଳରେ ଏକ ନୂତନ ଇଣ୍ଡୋର ଷ୍ଟାଡିଅମ ତିଆରି ହେବ ବୋଲି ୫ – ଟି ସଚିବ ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକରେ ଆନ୍ତର୍ଜାତିକ ଭାରଉତ୍ତଲୋନକାରୀ କୀର୍ତ୍ତନ ବେହେରା , ଜାତୀୟ ଭଲିବଲ ରେଫରି ଶରତ ପାଣି , ଅନ୍ତର୍ଜାତୀୟ ଫୁଟବଲ ଖେଳାଳୀ ରଞ୍ଜିତ ଟିଗା , ତାଳଚେର ରାଇଫଲ କ୍ଲବର ଶରତ ଚନ୍ଦ୍ର ଦେବ , ପାରା ଅଲମ୍ପିକ ବ୍ୟାଡମିଟନ ଖେଳାଳି ଅମରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ ପାଇଁ ପଞ୍ଜୀକରଣ ଆରମ୍ଭ ଅନୁଗୁଳ – ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ (ପୂର୍ବରୁ ଟାଟା ଷ୍ଟିଲ ମେରାମଣ୍ଡଳୀ…
ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସରେ ଚମକିଲେ ଅନୁଗୁଳ ଆଥଲେଟ ଅନୁଗୁଳ – ବାଙ୍ଗାଲୁରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସ ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା ରିଲାଏନ୍ସ ଫାଉଣ୍ଡେସନର ଆଥଲେଟମାନେ ପ୍ରଭାବୀ…
ଜିଲ୍ଲାରେ ହେବ ଦୁଇ ଇନଡୋର ଷ୍ଟାଡିୟମ – ଧନ୍ୟବାଦ ଦେଲେ ବ୍ରଜ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଳାରେ ଦୁଇଟି ନୂଆଁ ଇନଡୋର ଷ୍ଟାଡିୟମ ନିର୍ମାଣ ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ୮୯ ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ…