ଅପରାଧ ଗଛରେ ଝୁଲୁଛି ବୃଦ୍ଧଙ୍କ ମୃତଦେହ Angul OnlineJune 21, 2021June 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କଲେଇପଦା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଗଛରେ ଆଜି ଦେଖିବାକୁ ମିଳିଛି । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୁଲିସ ତଦନ୍ତ ଚଳାଇଛି । ସୂଚନା ଅନୁସାରେ ବନ୍ତଳା ଥାନା କଲେଇପଦା ଗ୍ରାମର ରାଜ ମୁଖୀ ଗତକାଲି ଅପରାହ୍ନ ୩ଟା ବେଳକୁ ଶୌଚ ହେବାକୁ ଯାଉଛି କହି ଘରୁ ବାହାରି ଆସିଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ଗତକାଲି ରାତିରେ ତାଙ୍କ ମୃତଦେହ ଗାଁ ନିକଟରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ଆଜି ସକାଳେ ବନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Advertisement
ହୋଟେଲ ଭିତରେ ଯୁବକଙ୍କ ଆତ୍ମହତ୍ୟା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ହାଣ୍ଡିଧୂଆଁ ସ୍ଥିତ ଏକ ଘରୋଇ ହୋଟେଲ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ…
ସ୍ୱାମୀକୁ ହତ୍ୟା କରିଥିବା ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ ଆଜୀବନ କାରାଦଣ୍ଡ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଏକ ହତ୍ୟା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ ସ୍ବାମୀହନ୍ତା ସ୍ତ୍ରୀ ଓ ତା ପ୍ରେମିକକୁ ଆଜୀବନ…
ଚୋରି କରିବାକୁ ଯାଇ ଧରା ପଡିଗଲା ଚୋର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଅକ୍ଷୟ କୁମାର ମହାପାତ୍ରଙ୍କ ଘରେ ଚୋରି କରିବାକୁ ଜଣେ…