ଆଞ୍ଚଳିକ ରାଜ୍ୟ ଅଭିଭାବକ ମହାସଂଘର ନୂତନ କର୍ମକର୍ତ୍ତା ଚୟନ Angul OnlineJune 23, 2021June 23, 2021 ଅନୁଗୁଳ – ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଓଡିଶା ଅଭିଭାବକ ମହାସଂଘ ଦୀର୍ଘଦିନରୁ ପ୍ରଭାବୀ ଢଙ୍ଗରେ ଲଢେଇ କରିଆସୁଛି । ଆଗାମୀ ଦିନରେ ସାରା ରାଜ୍ୟରେ ଶିକ୍ଷାର ବୈପ୍ଳବିକ ସଂସ୍କାର ଓ ଅଭିଭାବକ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ସହ ଘରୋଇ ଶିକ୍ଷା ବ୍ୟବସ୍ଥା ନେଇ ମହାସଂଘ ପ୍ରୟାସରତ । ଓଡିଶାର ବିଭିନ୍ନ ଜିଲ୍ଳାରେ ଥିବା ସମସ୍ୟାକୁ ସମାଧାନ କରିବା ନିମନ୍ତେ “ରାଜ୍ୟ ଅଭିଭାବକ ମହାସଂଘ” ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇ ଅଛି । ଅଭିଭାବକ ମହାସଂଘର ରାଜ୍ୟ ଅଧ୍ୟକ୍ଷ ବାସୁଦେବ ଭଟଙ୍କ ସାରା ଓଡ଼ିଶାରୁ ୧୦୦ ଜଣିଆ ଟିମ୍ କୁ ଅନୁମୋଦନ କରିଛନ୍ତି । ଏହି ଟିମ୍ ରେ ଅନୁଗୁଳ ଜିଲ୍ଲାରୁ ୬ଜଣଙ୍କୁ ଗୁରୁଦାୟିତ୍ଵ ପ୍ରଦାନ କରାଯାଇଛି । ସଞ୍ଜୀବ କୁମାର ପଟ୍ଟନାୟକଙ୍କୁ ସଂଯୋଜକ, ଶୁଭ୍ରାଂଶୁ ପ୍ରଧାନଙ୍କୁ ସହ ସଂଯୋଜକ , ଦେବରଞ୍ଜନ ସାମଲଙ୍କୁ ରାଜ୍ୟ ଅର୍ଗାନାଇଜିଂ ସେକ୍ରେଟାରୀ ଭାବେ ଦାୟୀତ୍ବ ପ୍ରଦାନ କରାଯାଇଛି । ସେହିଭଳି ବିସ୍ମୟ କୁମାର ଦାସ, ରଞ୍ଜିତ କୁମାର ପାତ୍ର ଓ ପ୍ରଭାତ କୁମାର ନାଥଙ୍କୁ ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଗତ କିଛି ବର୍ଷ ଧରି ଅନୁଗୁଳ ଜିଲ୍ଲାରେ ଜିଲ୍ଲାର ୧୦୦ରୁ ଉର୍ଦ୍ଧ ବିଦ୍ୟାଳୟ ବନ୍ଦ କରିବାପାଇଁ ପ୍ରଶାସନ ନେଇଥିବା ନିଷ୍ପତ୍ତି ବିରୁଦ୍ଧରେ ସ୍କୁଲ ବଞ୍ଚାଅ – ଶିକ୍ଷା ବଞ୍ଚାଅ ଅଭିଯାନ ଆରମ୍ଭ କରିଥିଲେ । ଏହି ଆନ୍ଦୋଳନକୁ ଓଡିଶା ଅଭିଭାବକ ମହାସଂଘ ସମର୍ଥନ ଦେଇଥିଲେ । ଏହି ଦାୟିତ୍ୱରେ ମନୋନୀତ ହେଲାପରେ ଅନୁଗୁଳ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଓ ଅଭିଭାବକ ମାନଙ୍କ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଅଭିଭାବକ ମହାସଂଘ ଲଢେଇ କରିବି ବୋଲି ସଂଯୋଜକ ଶ୍ରୀ ପଟ୍ଟନାୟକଙ୍କ ପ୍ରକାଶ କରିଛନ୍ତି । ତତ୍ ସହିତ କରୋନା ମହାମାରୀ ସମୟରେ ସ୍କୁଲ ଫି ଆଦାୟକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ, ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟ ସରକାର ଦେଇ ଥିବା ନିର୍ଦ୍ଦେଶନାମାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ଅର୍ଗାନାଇଜିଂ ସେକ୍ରେଟାରୀ ସାମଲ ସୂଚନା ଦେଇଛନ୍ତି । Advertisement
ବାରହା ଆକ୍ରମଣରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ମାଣିକଯୋଡି ପଞ୍ଚାୟତ କୂଳସର ଗାଁ ନିକଟ ଜଙ୍ଗଲରେ ବାରହା ଆକ୍ରମଣରେ ନୋଦ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ…
ସ୍କୁଲ ଜମି ଜବରଦଖଲ ପ୍ରତିବାଦ – ୬ ଘଣ୍ଟା ଧରି ରାସ୍ତା ଅବରୋଧ ଛେଣ୍ଡିପଦା – ସ୍କୁଲ ଜମି ଜବରଦଖଲ ପ୍ରତିବାଦରେ ଅନୁଗୁଳ-ଛେଣ୍ଡିପଦା ୬୩ ନଂମ୍ବର ରାଜ୍ୟ ରାଜପଥକୁ ଆଜି କୋଶଳା ଶିମିଳିସାହିର ଲୋକ ଅବରୋଧ କରିଥିଲେ । ଫଳରେ ଏହି…
ଆମ୍ବ ବୋଝେଈ ପିକଅପ ଭ୍ଯାନ ଦୁର୍ଘଟଣା – ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ବଡକେରା ଛକ ନିକଟରେ ବିଳମ୍ବିତ ରାତିରେ ଏକ ଟ୍ରଲରକୁ ଆମ୍ବ ବୋଝେଇ ପିକଅପ ଧକ୍କା…