ଅପରାଧ ଗଛରେ ଝୁଲୁଛି ମହିଳାଙ୍କ ମୃତଦେହ – ହତ୍ୟା ଅଭିଯୋଗ Angul OnlineJune 25, 2021June 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଶିବ ମନ୍ଦିର ପ୍ରାଙ୍ଗଣ ସ୍ଥିତ ଏକ ଚମ୍ପା ଗଛରେ ସକାଳେ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ମହିଳା ଲିଜାରାଣୀ ଦାସ ଏବଂ ଗଡସନ୍ତ୍ରୀ ପାଟଣାସାହିରୁ ହୋଇଥିବା ବେଳେ ସେ ହଣ୍ଡପା ଥାନା ଅନ୍ତର୍ଗତ ବଡ଼ବର ଗ୍ରାମର ସୁରେଶ ଦାସଙ୍କୁ ୯ ବର୍ଷ ପୂର୍ବେ ବିବାହ କରିଥିଲେ । ଗତ କିଛି ମାସ ପୂର୍ବେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲା । ଘର ଲୋକେ ବୁଝାସୁଝା କରିବା ପରେ ଘଟଣାର ସମାଧାନ ହୋଇଥିଲା । ତେବେ ଆଜି(ଶୁକ୍ରବାର) ଦିନ ୧୧ ଘଟିକା ସମୟରେ ଲିଜାଙ୍କ ମା ଦ୍ରୌପଦୀ ଦାସଙ୍କ ପାଖକୁ ମୃତ ଲିଜାଙ୍କ ଦିଅର ଫୋନ କରି , ତୁମ ଝିଅ ଗଡସନ୍ତ୍ରୀ ଗ୍ରାମ ଶିବ ମନ୍ଦିର ଠାରେ ଅଛି ଆସି କି ନେଇ ଯିବା ପାଇଁ କହିଥିଲେ । ଲିଜାଙ୍କ ମାଆ ଦ୍ରୌପଦୀ ସେଠାକୁ ଆସି ଲିଜାଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହି ଘଟଣା ପରେ ଲିଜାଙ୍କୁ ହତ୍ୟା କରା ଯାଇଥିବା ଦ୍ରୌପଦୀ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଅଁରପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଥିବା ଜଣାପଡିଛି । Advertisement
ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କଲା…
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ସିପୁର ଗ୍ରାମ ହାଇସ୍କୁଲ ଖେଳପଡ଼ିଆ ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ…
ଗଛରେ ଝୁଲୁଛି ବୃଦ୍ଧଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କଲେଇପଦା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଗଛରେ ଆଜି ଦେଖିବାକୁ ମିଳିଛି । ଏହା ହତ୍ୟା ନା…