ମୁଖ୍ୟ ଖବର ଟ୍ୟାଙ୍କର ଧକ୍କାରେ ଜଣେ ମୃତ Angul OnlineJune 26, 2021June 26, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ପଥଚାରୀକୁ ଏଲପିଜି ଟ୍ୟାଙ୍କର ଧକ୍କା ଦେବା ଫଳରେ ପଥଚାରୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ଟ୍ୟାଙ୍କରଟି ତାଙ୍କୁ ଧକ୍କା ଦେବା ପରେ ଘଟଣା ସ୍ଥଳରେ ପଥଚାରୀ ଗୁରୁତର ଅବସ୍ଥାରେ ଥିବା ବେଳେ ବଅଁରପାଳ ପୁଲିସ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ତେବେ ସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ ମୃତକ ଜଣଙ୍କ ନାମ ଜଗବନ୍ଧୁ ଦେହୁରୀ । ଜଗବନ୍ଧୁ ୩୦ ବର୍ଷ ହେବ ବଅଁରପାଳ ଅଞ୍ଚଳରେ ଭଡାରେ ରହୁଥିଲେ । ଜଗବନ୍ଧୁ ଦେହୁରୀ ତାଙ୍କ ଘର ମାଲିକଙ୍କ ଦୋକାନରେ ସେ କାମ କରୁଥିଲେ । Advertisement
ଝିଅ ଅପହରଣ ଅଭିଯୋଗର ମିଛ ପର୍ଦ୍ଦାଫାଶ, ଗିରଫ ହେଲେ ମା’ ଛେଣ୍ଡିପଦା – ଝିଅର ଅପହରଣ ହୋଇଥିବା ଅଭିଯୋଗ କରି ଥାନାରେ ମାମଲା ରୁଜୁ କରିଥିବା ଜଣେ ମହିଳା ଶେଷରେ ନିଜେ ପୁଲିସ ଜାଲରେ ଫସିଛନ୍ତି। ତଦନ୍ତରେ ଅଭିଯୋଗ…
ଓଡ଼ିଆ ସାଇନ୍ ବୋର୍ଡ ନ ଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍ ଅନୁଗୁଳ – ଅନୁଗୁଳ ଜିଲ୍ଲା, ପୌରପାଳିକା ଅଞ୍ଚଳରେ ଯାଞ୍ଚ ବେଳେ ଓଡ଼ିଆ ସାଇନ୍ ବୋର୍ଡ ପ୍ରଦର୍ଶିତ ନ ହୋଇଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍ ଜାରି…
ଦୁଇ ପୂଜା କମିଟି ବିବାଦ ତେଜିଲା – ପୂଜା ପରେ ହେବ ସମାଧାନ ଅନୁଗୁଳ – ଅନୁଗୁଳ ସହରର ବଜାର ଛକ ପୂଜା କମିଟି ଏବଂ ଗାନ୍ଧୀ ଛକ ପୂଜା କମିଟି ମଧ୍ୟରେ ପୂଜାକୁ ନେଇ ଲାଗିଥିବା ବିବାଦ ତେଜୁଛି ।…