ମୁଖ୍ୟ ଖବର ଟ୍ୟାଙ୍କର ଧକ୍କାରେ ଜଣେ ମୃତ Angul OnlineJune 26, 2021June 26, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ପଥଚାରୀକୁ ଏଲପିଜି ଟ୍ୟାଙ୍କର ଧକ୍କା ଦେବା ଫଳରେ ପଥଚାରୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ଟ୍ୟାଙ୍କରଟି ତାଙ୍କୁ ଧକ୍କା ଦେବା ପରେ ଘଟଣା ସ୍ଥଳରେ ପଥଚାରୀ ଗୁରୁତର ଅବସ୍ଥାରେ ଥିବା ବେଳେ ବଅଁରପାଳ ପୁଲିସ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ତେବେ ସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ ମୃତକ ଜଣଙ୍କ ନାମ ଜଗବନ୍ଧୁ ଦେହୁରୀ । ଜଗବନ୍ଧୁ ୩୦ ବର୍ଷ ହେବ ବଅଁରପାଳ ଅଞ୍ଚଳରେ ଭଡାରେ ରହୁଥିଲେ । ଜଗବନ୍ଧୁ ଦେହୁରୀ ତାଙ୍କ ଘର ମାଲିକଙ୍କ ଦୋକାନରେ ସେ କାମ କରୁଥିଲେ । Advertisement
ବଜ୍ରପାତରେ ଜଣେ ଏବଂ ଗଛରୁ ପଡି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ…
ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ହେବ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେରଠାରେ ନିର୍ମିତ ମହାନଦୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ(ମିମ୍ସାର) କାର୍ଯ୍ୟକ୍ଷମ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଉ…
ବେଆଇନ ଭାବେ ଗଛିତ ବାଣ ଗୋଦାମରେ ଚଢାଉ – ବିପୁଳ ବାଣ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆବୋଲ ଅଙ୍ଗାରୁଆ ୨୧ ନମ୍ବର ୱାର୍ଡ ଅଂଚଳ ଏକ ଘରୁ ବିପୁଳ ପରିମାଣର ବାଣ ଜବତ । ପୁଲିସ ଓ…