ଆଞ୍ଚଳିକ ସ୍ବପ୍ନର ଅନୁଗୁଳ – ସବୁଜ ଅନୁଗୁଳ ଲକ୍ଷ୍ୟରେ ଚାରା ରୋପଣ ଆରମ୍ଭ Angul OnlineJune 26, 2021June 26, 2021 ଅନୁଗୁଳ – ଅନୁଗୁଳର ସାମାଜିକ ସଙ୍ଗଠନ ” ଆମ ଅନୁଗୁଳ ” ତରଫରୁ ସବୁଜ ସୁନ୍ଦର ଅନୁଗୁଳ ଗଠନ କରିବା ପାଇଁ ” ସ୍ବପ୍ନର ଅନୁଗୁଳ – ସବୁଜ ଅନୁଗୁଳ ” କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ଆଜି ସଙ୍ଗଠନ ତରଫରୁ ଅନୁଗୁଳ ବ୍ଲକ ଅନ୍ତର୍ଗତ ବେଡାଶାସନ ଗ୍ରାମ ପଞ୍ଚାୟତର ଗୁହିରାପଶିର ମା ସନ୍ତୋଷୀ ମନ୍ଦିର ପରିସରରେ ୨୦ ଟି ବୃକ୍ଷ ରୋପଣ କରାଯାଇଛି । ଆମ ଅନୁଗୁଳ ସଙ୍ଗଠନର ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ତତ୍ତ୍ବାବଧନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲେ । ସମ୍ବାଦର ଜିଲ୍ଲା ପ୍ରତିନୀଧି ଶ୍ରୀଯୁକ୍ତ ପତିତପାବନ ସାହୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଶୁଭାରମ୍ଭ କରିଥିଲେ । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମରେ ୧୦୦୦ ବୃକ୍ଷ ରୋପଣ କରାଯିବ । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର କର୍ମକର୍ତ୍ତା ସନ୍ତୋଷ କୁମାର ପ୍ରଧାନ , ତମନ ଦାସ , ଗଣେଶ୍ବର ସାହୁ , ମୃତ୍ୟୁଞ୍ଜୟ ସାହୁ , ସୁବ୍ରତ ବେହେରା , ପ୍ରଦ୍ୟୁମ୍ନ ସାହୁ , ସଞ୍ଜିତ ସାହୁ , ବିକାଶ ଦ୍ୱିବେଦୀ , ସରତ ପ୍ରଧାନ ଓ ବିଭୁତି ପ୍ରଧାନ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । Advertisement
ନୂତନ ଜିଲ୍ଲା ଶିକ୍ଷାଧିକାରୀଙ୍କ ଯୋଗଦାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ଭାବେ ସୁସ୍ମିତା ସାହୁ ଯୋଗ ଦେଇଛନ୍ତି । ଆଜି ସକାଳ ୧୦.୩୦ ବେଳେ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ…
ଖଣିରେ ଦୁର୍ଘଟଣା – ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରି କୋଇଲା ଖଣିରେ ଦୁର୍ଘଟଣା ଯୋଗୁଣ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବା…
କଲେଜ ଡେମନଷ୍ଟ୍ରେଟରଙ୍କ ପରଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ଛେଣ୍ଡିପଦା ସ୍ଥିତ ବାପୁଜୀ ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ରାମଚନ୍ଦ୍ର ସାହୁଙ୍କର ରବିବାର ସକାଳେ କଟକ ଠାରେ ଏକ ଘରୋଇ…