ମୁଖ୍ୟ ଖବର ଆସପଣ୍ଡ ପୋଖରୀରେ ବୁଡିଗଲେ ଯୁବକ Angul OnlineJuly 2, 2021July 2, 2021 କଣିହାଁ – ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ଥାନା ଏନଟିପିସି ଆସପଣ୍ଡ ପୋଖରୀରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ପୋଖରୀକୁ ଶୌଚ ହେବାକୁ ଯାଇ ଆସପଣ୍ଡ ପୋଖରୀରେ ସେ ବୁଡ଼ି ଯାଇଛନ୍ତି । ସୂଚନା ଅନୁସାରେ କଣିହାଁ ଥାନା ଅନ୍ତର୍ଗତ ଡେରଙ୍ଗ ଗ୍ରାମର ଶ୍ରୀକାନ୍ତ ନାଏକ ଏନଟିପିସି ଆସପଣ୍ଡ ପୋଖରୀକୁ ଶୌଚ କରିବାକୁ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା । ଆସପଣ୍ଡ ପୋଖରି ଭିତରେ ଏନଟିପିସି ରିଟନ ପାଇପ ପାଣିର ବେଗ କ୍ଷିପ୍ର ଥିବା ହେତୁ ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ତେବେ ଖବର ପାଇ କଣିହାଁ ପୁଲିସ୍ ସହ ତାଳଚେର ଅଗ୍ନିଶମ ବିଭାଗ ପହଁଞ୍ଚି ନିଖୋଜ ଥିବା ବ୍ୟକ୍ତିକୁ ଖୋଜା ଖୋଜି ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଠାବ କରା ଯାଇ ପାରି ନାହିଁ । Advertisement
ଦଶମ ଶ୍ରେଣୀ ଛାତ୍ରଙ୍କ କଟୁରୀ ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ ଅନୁଗୁଳ – ଦଶମ ଶ୍ରେଣୀ ଛାତ୍ରଙ୍କ କଟୁରି ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ । ସ୍କୁଲ ଛୁଟି ବେଳେ ଏଭଳି ଘଟଣା ଘଟିଥିବା ବେଳେ ସାଇକେଲ…
ବସଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ବ୍ଲକ ତାଳଚେର ସନ୍ଥପଡା ବସଷ୍ଟାଣ୍ଡ ନିକଟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଆଜି…
ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଲା – ବିଜ୍ଞାନରେ ୯୫.୫ ଓ ବାଣିଜ୍ୟରେ ୮୧.୩ ପ୍ରତିଶତ ପାସ୍ ଅନୁଗୁଳ – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଅନୁଗୁଳ…