ମୁଖ୍ୟ ଖବର ଟ୍ରେନରେ କଟି ବୃଦ୍ଧା ମୃତ Angul OnlineJuly 12, 2021July 12, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ବଲାଙ୍ଗି ଲେବୁଲକ୍ରସିଂ ନିକଟରେ ଆଜି ସକାଳେ ବଲାଙ୍ଗି ଗାଁ ପୁରୁଣାସାହିର କୌଶଲ୍ୟା ଭୋଇ ନାମକ ଜଣେ ବିଧବା ମହିଳା ଟ୍ରେନରେ କଟି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ସାଢେ଼ ୭ଟା ବେଳେ କୌଶଲ୍ୟା ଭୋଇ ଗାଁ ନିକଟରେ ଥିବା ଏକ ପୋଖରୀକୁ ଶୌଚ ହେବାପାଇଁ ରେଳ ଲାଇନ ପାର ହୋଇ ଯିବା ବେଳେ ଏନଟିପିସିରୁ ତାଳଚେର ଅଞ୍ଚଳକୁ ଯାଉଥିବା ଏକ ରେଳ ଇଞ୍ଜିନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମହିଳା ଜଣକ ରେଳଲାଇନ ଉପରେ ଖସିପଡିଥିଲେ । ମହିଳାଙ୍କ ବେକ ଉପରେ ଟ୍ରେନଟି ଚଢିଯିବାରୁ ତାଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇ ଯାଇଥିଲା । ଘଟଣା ପରେ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିବାରୁ ତାଳଚେରରୁ ଏନଟିପିସିକୁ ରେଳ ଯୋଗେ କୋଇଲା ପରିବହନରେ ବାଧାପ୍ରାପ୍ତ ହୋଇଥିଲା । ଏ ନେଇ ସମଲ ଥାନାରେ ଏକ ବୈଠକ ବସି ମୃତକ ପରିବାରକୁ ୩ ଲକ୍ଷ ୫୦ ହଜାର ଟଙ୍କା ଏନଟିପିସି ପକ୍ଷରୁ କ୍ଷତିପୂରଣ ଦେବାପାଇଁ ପ୍ରତିଶ୍ରୁତି ମିଳିବା ପରେ ଶବ ବ୍ୟବଚ୍ଛେଦ ପାଇଁ ତାଳଚେର ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । Advertisement
ଫିତା କାଟିବାକୁ ପ୍ରତିଯୋଗୀତା – ବିଧାୟକ ଓ ସାଂସଦ ମୁହାଁ ମୁହିଁ ପାଳଲହଡା – ଅନେକ ଦିନ ଧରି ସାଂସଦ ଓ ବିଧାୟକଙ୍କ ଭିତରେ ଭିତରେ ଲାଗିଥିବା ଛକାପଞ୍ଝା ଏବେ ବିସ୍ଫୋରଣର ରୂପ ନେଇଛି । ଦୁଇ ଲୋକ ପ୍ରତିନିଧ୍ଧି…
ଟ୍ରକ ଚାପାରେ ମା ମୃତ , ଝିଅ ଗୁରୁତର ତାଳଚେର – ଝିଅକୁ ସ୍କୁଲ ନେଇ ଯିବା ବେଳେ ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ବୋଇ କଟକ ସ୍ଥାନାନ୍ତରିତ…
ଖଣି ଅଞ୍ଚଳରୁ ଦାରୁ ଚିହ୍ନଟ ହୋଇ ଗଲା ସୁନ୍ଦରକଲି ତାଳଚେର – ମା ହିଙ୍ଗୁଳାଙ୍କ ସ୍ୱପ୍ନାଦେଶ ପରେ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ପାଇଁ ତାଳଚେର ହେଁସମୁଳ ଗ୍ରାମଠାରେ ଦାରୁ ଚିହ୍ନଟ ହେବା ପରେ ଆଜି ଦାରୁ ସଂଗ୍ରହ…