ଅପରାଧ ଜୁଆ ଆଡାରେ ଚଢାଉ – ଜଣେ ଶିକ୍ଷକଙ୍କ ସମେତ ୫ ଗିରଫ Angul OnlineJuly 13, 2021July 13, 2021 ଛେଣ୍ଡିପଦା –(ANGUL ONLINE)– ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ସୋମବାର ରାତିରେ ଏକ ଜୁଆ ଆଡା ଉପରେ ଛେଣ୍ଡିପଦା ପୁଲିସ ଚଢାଉ କରି ଜଣେ ଶିକ୍ଷକଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମାନେ ହେଲେ ଶିକ୍ଷକ ମଳୟ ପ୍ରଧାନ , କାର୍ତିକେଶ୍ୱର ସାହୁ , ନିଲକମଲ ସାହୁ , ଶଶଧର ସାହୁ ଓ ରଞ୍ଜିତ ସାହୁ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଏସଆଇ ଅଜୟ କୁମାର ସାହୁ ପେଟ୍ରୋଲିଂ କରୁଥିବା ବେଳେ ସନ୍ତରାବନ୍ଧ ଗ୍ରାମର ଲକ୍ଷ୍ମି ଠାକୁରାଣୀ ମଣ୍ଡପରେ ଜୁଆ ଆଡା ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ । ଏହି ଚଢାଉ ବେଳେ ପୁଲିସକୁ ଦେଖି କିଛି ଜୁଆଡି ଫେରାର ହୋଇଯାଇଥିବା ବେଳେ ୫ ଜଣଙ୍କୁ ଅଟକ ରଖିବା ସହିତ ଘଟଣା ସ୍ଥଳରୁ ପୋଲିସ ଏକ ହିରୋ ଡିଲକ୍ସ ମୋଟର ସାଇକେଲ , ତାସ କାର୍ଡ ଓ ୫ହଜାର ଟଙ୍କା ଜବତ କରିଥିଲା । ଏନେଇ ଛେଣ୍ଡିପଦା ଥାନା ଅଧିକାରୀ ସୁଶାନ୍ତ ସିଂ ଘଟଣାର ତଦନ୍ତ କରିବା ସହିତ ଛେଣ୍ଡିପଦା ଥାନା କେସ ନଂ୩୨୮ରେ ଏକ ମାମାଲା ରୁଜୁ କରି ଶିକ୍ଷକ ମଳୟ ପ୍ରଧାନ ,କାର୍ତିକେଶ୍ୱର ସାହୁ , ନିଲକମଲ ସାହୁ ,ଶଶଧର ସାହୁ ,ରଞ୍ଜିତ ସାହୁଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି । Advertisement
ପୁଅର ଟାଙ୍ଗିଆ ଚୋଟରେ ବାପ ମୃତ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କଞ୍ଜରା ଗ୍ରାମରେ ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଞ୍ଜରା ରାଜବୁରୀ…
ବିଦ୍ଯାଳୟ ପରିସରରେ ପ୍ରଧାନଶିକ୍ଷକଙ୍କ ଆତ୍ମହତ୍ଯା ଅନୁଗୁଳ – ବିଦ୍ଯାଳୟ କ୍ଲାସରୁମ ଭିତରେ ପ୍ରଧାନଶିକ୍ଷକଙ୍କ ଆତ୍ମହତ୍ଯା । ଏଭଳି ଅଭାବନୀୟ ଘଟଣା ଘଟିଛି ଅନଗୁଳ ଜିଲ୍ଲା କିଶୋରନଗର ବ୍ଲକର ତୁରୁଡ଼ା ଉଚ୍ଚ ପ୍ରାଥମିକ…
ଜୁଆଆଡା ଉପରେ ପୁଲିସର ଚଢ଼ାଉ, ୩ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିପଟା ମେଡିକାଲ ପଛପଟେ ଚଢ଼ାଉ କରି ଟଙ୍କା ସହିତ ୩ ଜଣ…