କୋଭିଡ ନିୟମ ଉଲ୍ଲଂଘନ – ମେଡ଼ିସିନ ଦୋକାନ ସିଲ

ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଥିବା ଏକ ମେଡ଼ିସିନ ଦୋକାନକୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ସିଲ କରିଛି ସୂଚନା ଅନୁସାରେ ସୀତାରାମ ମେଡ଼ିସିନ ଷ୍ଟୋରରେ ଆଜି ସକାଳେ ବ୍ୟାପକ ଭିଡ ରହିଥିବା ବେଳେ ସାମାଜିକ ଦୁରତାକୁ ଲୋକ ମାନି ନଥିଲେ ସେହି ସମୟରେ ସେହି ରାସ୍ତା ଦେଇ ଜିଲ୍ଲାପାଳ ଯାଉଥିବା ବେଳେ ତାଙ୍କ ନଜର ପଡିବାରୁ ସେ ସେଠାରେ ଓହ୍ଲାଇଥିଲେ । ଦୋକାନରେ ଏଭଳି ଭିଡ ଦେଖି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏନଫୋର୍ସମେଣ୍ଟ ଟିମକୁ ଏ ନେଇ ସୂଚନା ଦେଇଥିଲେ । ଜିଲ୍ଲାପାଳଙ୍କ ଠାରୁ ଖବର ପାଇ ଏନଫୋର୍ସମେଣ୍ଟ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୋକାନୀକୁ ଦାଗିଦ କରିବା ବେଳେ ଦୋକାନୀ ଏନଫୋର୍ସମେଣ୍ଟ ଟିମ ସହ ଯୁକ୍ତିତର୍କ କରିଥିବା ସୂଚନା ମିଳିଛି ଏହା ପରେ ଏନଫୋର୍ସମେଣ୍ଟ ଟିମ ସୀତାରାମ ମେଡ଼ିସିନ ଷ୍ଟୋରକୁ ୭ ଦିନ ପାଇଁ ସିଲ କରିଥିବା ଜଣା ପଡିଛି

Advertisement

Leave a Reply

Your email address will not be published. Required fields are marked *

You cannot copy content of this page