ମୁଖ୍ୟ ଖବର କୋଭିଡ ନିୟମ ଉଲ୍ଲଂଘନ – ମେଡ଼ିସିନ ଦୋକାନ ସିଲ Angul OnlineJuly 17, 2021July 17, 2021 ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଥିବା ଏକ ମେଡ଼ିସିନ ଦୋକାନକୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ସିଲ କରିଛି । ସୂଚନା ଅନୁସାରେ ସୀତାରାମ ମେଡ଼ିସିନ ଷ୍ଟୋରରେ ଆଜି ସକାଳେ ବ୍ୟାପକ ଭିଡ ରହିଥିବା ବେଳେ ସାମାଜିକ ଦୁରତାକୁ ଲୋକ ମାନି ନଥିଲେ । ସେହି ସମୟରେ ସେହି ରାସ୍ତା ଦେଇ ଜିଲ୍ଲାପାଳ ଯାଉଥିବା ବେଳେ ତାଙ୍କ ନଜର ପଡିବାରୁ ସେ ସେଠାରେ ଓହ୍ଲାଇଥିଲେ । ଦୋକାନରେ ଏଭଳି ଭିଡ ଦେଖି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏନଫୋର୍ସମେଣ୍ଟ ଟିମକୁ ଏ ନେଇ ସୂଚନା ଦେଇଥିଲେ । ଜିଲ୍ଲାପାଳଙ୍କ ଠାରୁ ଖବର ପାଇ ଏନଫୋର୍ସମେଣ୍ଟ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୋକାନୀକୁ ଦାଗିଦ କରିବା ବେଳେ ଦୋକାନୀ ଏନଫୋର୍ସମେଣ୍ଟ ଟିମ ସହ ଯୁକ୍ତିତର୍କ କରିଥିବା ସୂଚନା ମିଳିଛି । ଏହା ପରେ ଏନଫୋର୍ସମେଣ୍ଟ ଟିମ ସୀତାରାମ ମେଡ଼ିସିନ ଷ୍ଟୋରକୁ ୭ ଦିନ ପାଇଁ ସିଲ କରିଥିବା ଜଣା ପଡିଛି । Advertisement
ସିଂଘାରେଣୀ କୋଲ ଲିଃର ନୟନି କୋଲ ବ୍ଲକ୍ ପାଇଁ ତ୍ରିପାକ୍ଷିକ ବୈଠକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ସିଂଘାରେଣୀ କୋଲ୍ ଲିଃର ନୟନି କୋଲ୍ ବ୍ଳକ୍ କାର୍ଯ୍ୟକାରୀ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ…
ଖାଦ୍ୟ ମାନ ଜାଞ୍ଚ କଲେ – ଅଖାଦ୍ୟ ଫୋପାଡି ଦେଲେ ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ଅଞ୍ଚଳରେ ଆଜି ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭନ୍ନ ଜଳଖିଆ ଦୋକାନ , ମିଠା ଦୋକାନ ଆଦିରେ ଚଢାଉ କରା…
ଚୋରି ସାମଗ୍ରୀ ଜବତ – ୩ ଗିରଫ ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଶୀତଲବିହାର , ତୁରଙ୍ଗ ଓ ଦୁର୍ଗାବିହାର ଭଳି ତିନୋଟି ଅଞ୍ଚଳରୁ ହୋଇଥିବା ଚୋରି ଘଟଣାର ପୁଲିସ ପର୍ଦାଫାସ କରିଛି ।…