-
ଗାଧେଇବାକୁ ଯାଇ ଫେରିଲେ ନାହିଁ ।
-
ଗଣ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ।
-
ସନ୍ଦେହରେ ୩ ଅଟକ ।
-
ସ୍ଵପ୍ନ ଅଧାରେ ରହିଗଲା – ଲକ୍ଷ୍ୟ ଥିଲା ପୁଲିସ ହେବାକୁ ।
-
ମେଧାବୀ ଛାତ୍ରୀ ଭାବରେ ସ୍ଥାନୀୟ ଅଞ୍ଚଳରେ ପରିଚିତ ।
ଅନୁଗୁଳ – ଘର ପାଖ ନାଳକୁ ଗାଧେଇବାକୁ ଯାଇଥିଲା । ହେଲେ ଆଉ ଫେରିଲା ନାହିଁ । ନର ପିଶାଚ ମାନଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇ ଦୁଷ୍କର୍ମ ପରେ ହତ୍ୟାର ଶିକାର ହେଲା ଜଣେ କଲେଜ ପଢନ୍ତା ଛାତ୍ରୀ । ଏଭଳି ଲୋମଟାଙ୍କୁରା ଘଟଣା ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗିରିଧିବାସିଆ ଗାଁ ପାଖ ନାଳ ନିକଟରେ ଘଟିଛି । ନାଳ ନିକଟସ୍ଥ ଏକ ବୁଦାମୂଳରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।


