ଅପରାଧ ଶୋଇଥିବା ବେଳେ ଘରେ ଲଗେଇଦେଲେ ନିଆଁ Angul OnlineJuly 27, 2021July 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ସାନକେରେଜାଙ୍ଗ ଗାଁର ଯୋଗେଶ୍ୱର ଘଡେଇଙ୍କ ପରିବାର ଘରେ ଶୋଇଥିବା ବେଳେ , ବାହାରପଟୁ କୌଣସି ଦୁର୍ବୃତ୍ତ ବାହାରୁ କବାଟରେ ତାଲା ଦେବା ସହ ଘରେ ନିଆଁ ଲଗାଇ ମାରିବାକୁ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୁଚନା ଅନୁସାରେ ସାନକେରେଜାଙ୍ଗ ଗ୍ରାମର ଯୋଗେଶ୍ୱର ଘଡେଇ , ତାଙ୍କ ସ୍ତ୍ରୀ , ୬ ବର୍ଷର ବଡପୁଅ ଓ ୩ ମାସର ସାନ ପୁଅକୁ ନେଇ ରବିବାର ରାତ୍ରୀରେ ଖାଇ ପିଇ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଶୋଇଥିବା ବେଳେ କେହି ଦୁର୍ବୁତ୍ତ ତାଙ୍କ ଘରର କବାଟ ରେ ବହାରପଟୁ ତାଲା ପକାଇ ଦେଇ ଘରେ ନିଆଁ ଲଗାଇ ଦେଇ ଥିଲେ । ନିଆଁ ବଢିବା ବେଳେ ପରିବାର ଲୋକଙ୍କ ନିଦ ହଠାତ ଭାଙ୍ଗି ଯିବାରୁ କବାଟକୁ ଖୋଲି ବାହାରିବା ପାଇଁ ଚେଷ୍ଟା କରିଥିଲେ । ତେବେ କବାଟ ନ ଖୋଲିବାରୁ ଜୀବନ ବିକଳରେ ସ୍କାଇଲାଇଟ ତାଡି ପରିବାରର ସମସ୍ତ ସଦସ୍ୟ ବାହାରକୁ ବାହାରି ଆସିଥିଲେ । ବାହାରକୁ ବାହାରି ପାଟି କରିବାରୁ ଗ୍ରାମବାସୀ ଏକତ୍ରୀତ ହୋଇ କବାଟ ବାହରୁ ବନ୍ଦ ହୋଇ ବନ୍ଧା ହୋଇଥିବାର ଦେଖିଥିଲେ । କବାଟ ଖୋଲି ଘରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ । ପରେ ନିକଟସ୍ଥ ଜିନ୍ଦଲ କମ୍ପାନୀର ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଁଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଲିଭାଇଥିଲେ । ତେବେ ଅଗ୍ନିକାଣ୍ଡରେ ସୌଭାଗ୍ୟକୁ କାହାର କିଛି କ୍ଷତି ହୋଇ ନଥିବା ବେଳେ ଘର ଭିତରେ ଥିବା ସମସ୍ତ ଜିନିଷପତ୍ର କିନ୍ତୁ ପୋଡି ପାଉଁଶ ହୋଇ ଯାଇଥିଲା । ତେବେ ଗାଁର କିଛି ଲୋକ ଏଭଳି କାଣ୍ଡ କରିଥିବା ଯୋଗେଶ୍ଵର ସନ୍ଦେହ କରିଥିଲେ । ଆଉ ଏଥିପାଇଁ ଗାଁ କମିତିରେ ଅଭିଯୋଗ କରିବା ସହ ଗ୍ରାମରେ ଏକ ବୈଠକ କରିଥିଲେ l ତେବେ ଏହି ବୈଠକରେ କୌଣସି ସମାଧନ ହୋଇ ପାରି ନଥିବାରୁ ଶେଷରେ ସେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି l ଗ୍ରାମର କିଛି ବ୍ୟକ୍ତିଙ୍କ ସହ ଆଜକୁ ୬ମାସ ତଳେ ଯୋଗେଶ୍ଵରଙ୍କ ଯୁକ୍ତିତର୍କ ହୋଇ ବିବାଦ ହୋଇଥିଲା । ସେମାନେ ଏହି ଘର ପୋଡିରେ ସମ୍ପୃକ୍ତ ଥିବା ନେଇ ଯୋଗେଶ୍ୱର ସେମାନଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିବା ସହ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି । ଯୋଗେଶ୍ୱରଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି । Advertisement
ପାରିପାରିକ କଳହର ପରିଣତି – ଯୁବକ କଲେ ଆତ୍ମହତ୍ୟା ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ସିପିପି ଛକ ନିକଟରେ ଥିବା ଜଣେ ସାଇକେଲ ଦୋକାନୀ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନା ଅନୁସାରେ…
ଟଙ୍କା ନ ଫେରାଇବାରୁ ସ୍ଵାମିକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋଳାଗାଡିଆ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ…
ହୋଟେଲ ଭିତରେ ଯୁବକଙ୍କ ଆତ୍ମହତ୍ୟା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ହାଣ୍ଡିଧୂଆଁ ସ୍ଥିତ ଏକ ଘରୋଇ ହୋଟେଲ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ…