ଆଞ୍ଚଳିକ ବ୍ୟାରେଜ ବ୍ୟାସଚ୍ୟୁତଙ୍କ ସମସ୍ୟା ନେଇ ଉପ-ବାଚସ୍ପତିଙ୍କ ସମୀକ୍ଷା Angul OnlineJuly 31, 2021July 31, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜ ଠାରେ ହୋଇଥିବା ସମଲ ନଦୀବନ୍ଧ ଯୋଜନାରେ ସମ୍ପୂର୍ଣ୍ଣ ବାସଚ୍ୟୁତ ମାନଙ୍କର ନିଯୁକ୍ତି ସମସ୍ୟା ନେଇ ଅନୁଗୁଳ ସର୍କିଟ ହାଉସ ଠାରେ ଉପ-ବାଚସ୍ପତି ରଜନୀ କାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷୀକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ୧୯୭୯ ମସିହାରେ ସମଲ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ହୋଇ ୧୯୯୦ ମସିହାରେ ଜଳ ପ୍ରକଳ୍ପରେ ଜଳ ସଂଗୃହିତ କରାଯାଇଥିଲା । ତେବେ ପ୍ରକଳ୍ପ ନିର୍ମାଣ ହେବାର ୪୦ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ ପାଇଁ ଭିଟା ମାଟି ହରାଇଥିବା ସଗଡିପାଳ, ଲାଙ୍ଗୁଆବେଡା, ବଲାଙ୍ଗୀ ଓ ବିଜିଗୋଳ ପାଟଣାର ଅଧିବାସୀଙ୍କୁ ନ୍ୟାୟ ମିଳିନାହିଁ । ଏଥିପାଇଁ , ଥଇଥାନ ନୀତି ଅନୁଯାୟୀ ୪ ଖଣ୍ଡ ଗ୍ରାମର ଲୋକଙ୍କୁ ସରକାରୀ ନିୟମ ମୁତାବକ ୫୦ ଭାଗ ନିଯୁକ୍ତିର ନିୟମ ଥିଲେ ମଧ୍ୟ ଏଥିରୁ ସମ୍ପୂର୍ଣ ବିସ୍ଥାପିତ ପରିବାରଙ୍କୁ ବାଦ ଦିଆଯିବା ସହ ପ୍ରକଳ୍ପରେ ବିସ୍ଥାପିତ ୬୮ ଜଣ କ୍ଷତିଗ୍ରସ୍ତଙ୍କ ଚାକିରିକୁ ସ୍ଥାୟୀ କରାଯିବା ସହ ବକେୟା ପ୍ରାପ୍ୟ ପ୍ରଦାନ କରିବା ଓ ଥଇଥାନ ଉପରେ ଆଲୋଚନା ହୋଇଥିଲା । ଆଜି ଦୀର୍ଘ ୪୦ ବର୍ଷ ପରେ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ନେତୃତ୍ୱରେ ଅନୁଗୁଳ ସର୍କିଟ ହାଉସ ଠାରେ ଏହି ସମୀକ୍ଷା ବୈଠକ ବସିଥିବା ବେଳେ ବୈଠକରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ବାସଚ୍ୟୁତ ଶ୍ରମିକ ସଂଘ(କ)ର ବିଭିନ୍ନ ଦାବି ଉପରେ ଆଲୋଚନା ପର୍ଯ୍ୟାଲୋଚନା ପରେ ଦାବି ଗୁଡିକର ଶୀଘ୍ର ବିଚାର କରାଯିବ ବୋଲି କହିଥିଲେ । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଳ, ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥି, ସନ୍ତୋଷ ପ୍ରଧାନ, ତାଳଚେର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ଅନୁଗୁଳ ଉପ-ଜିଲ୍ଲାପାଳ ବାସୁଦେବ ଶତପଥୀ, ସମଲ ବ୍ୟାରେଜ ମୁଖ୍ୟଯନ୍ତ୍ରୀ ପ୍ରଭାକର ବେହେରା, ତାଳଚେର ଉପ-ଜିଲ୍ଲାପାଳ ଓ ବାସଚ୍ୟୁତ ଶ୍ରମିକ ସଂଘ (କ)ର ସଭାପତି ପ୍ରଫୁଲ ମିଶ୍ର ଓ କର୍ମକର୍ତ୍ତା ମାନେ ଉପସ୍ଥିତଥିଲେ । Advertisement
ବରିଷ୍ଠ ସମ୍ବାଦିକଙ୍କ ପରଲୋକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ବୁଧବାର ପରଲୋକ ହୋଇ ଯାଇଛି । ମୃତ୍ୟୁ…
୧୩ ଫୁଟର ଅଜଗର ଉଦ୍ଧାର ଅନୁଗୁଳ – ସ୍ନେକ ହେଲପ ଲାଇନ ଦ୍ୱାରା ୧୩ ଫୁଟର ଅଜଗର ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଶଙ୍ଖପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ…
ଟ୍ରକ ଧକ୍କାରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ନାଲକୋନଗର ଥାନା କୁରୁଡୁଲୁ ଗାଁରେ ଟ୍ରକ ଧକ୍କାରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୁରୁଡୁଲୁ ଗାଁର…