ଆଞ୍ଚଳିକ ଲାବୋରେଟାରୀ ଟେକ୍ନିସିଆନଙ୍କ କଳାବ୍ୟାଜ ପରିଧାନ Angul OnlineAugust 1, 2021August 1, 2021 ଅନୁଗୁଳ – ଅନୁଗୁଳ ମେଡିକାଲ ଲାବୋରେଟାରୀ ଟେକ୍ନିସିଆନ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ରବିବାରଠାରୁ କଳା ବ୍ୟାଜ୍ ପିନ୍ଧିଛନ୍ତି । କ୍ୟାଡର ରୁଲ୍ ରେ ପରିବର୍ତ୍ତନ, ମେଡିକାଲ କଲେଜ ଓ ବ୍ଲଡ଼ ବ୍ୟାଙ୍କରେ ଟେକ୍ନୋଲୋଜିଷ୍ଟ ଏବଂ ଟେକନିକାଲ ଅଫିସର ପଦବୀ ସୃଷ୍ଟି କରିବା, ଡିଏମ୍ଏଲଟିରେ ପଞ୍ଜିକୃତ ହୋଇନଥିବା ଟେକ୍ନିସିଆନ ମାନଙ୍କୁ ପଦବୀରୁ ବାଦ ଦେବା, ବରିଷ୍ଠ ଟେକ୍ନିସିଆନ ମାନଙ୍କୁ ରକ୍ତ ଉପାଦାନ ପୃଥକୀକରଣ ତାଲିମ ବାଧ୍ୟତାମୂଳକ କରିବାକୁ ସଙ୍ଘ ପକ୍ଷରୁ ଦାବୀ କରାଯାଇଛି । ସଂଘର ସଭାପତି ଶ୍ରୀକାନ୍ତ ବେହେର। ଓ ସମ୍ପାଦକ ମାନସ ରଞ୍ଜନ ସାହୁ ଏକ ପ୍ରେସ ଵିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଛନ୍ତି । ଏହା ସହ ଦିଲ୍ଲୀ ଓ ପଶ୍ଚିମବଙ୍ଗ ପରି ଲାବୋରେଟୋରି ଟେକନିସିଆନରୁ ଟେକନୋଲୋଜିଷ୍ଟକୁ ପରିବର୍ତ୍ତନ , ନୂଆ ଜିଲ୍ଲା ଓ ମେଡିକାଲ କଲେଜ , ବ୍ଲଡ ବ୍ୟାଙ୍କ ମାନଙ୍କରେ ପ୍ରମୋସନାଲ ପଦବୀ ସୃଷ୍ଟି କରିବା , DCT Council ରେ ପଞ୍ଜିକୃତ ନ ହୋଇଥିବା ଟେକନିସିଆନ ମାନଙ୍କୁ କ୍ୟାଡାରରୁ ବାଦ ଦେବା ଆଦି ଦାବି କରିବା ସହ କୋଭିଡ ସମୟରେ ରୋଗୀ ସେବାରେ ବ୍ୟାହତ ସୃଷ୍ଟି ନକରି ନୀରବ ପ୍ରତିବାଦ ଜାରି ରଖିଥିବା କଥା ସେ ଉଲ୍ଲେଖ କରିଛନ୍ତି । Advertisement
ଭଡା ବୃଦ୍ଧି ଦାବି ନେଇ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ଆଜି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଯୋଗେ…
ଉଠା ଜଳ ସେଚନ ପାଇଁ ୨୩୯ କୋଟି ୨୭ ଲକ୍ଷ ଅନୁମୋଦନ – କୃତଜ୍ଞତା ଜ୍ଞାପନ କଲା ବିଜେଡ଼ି ଅନୁଗୁଳ – କଟକ ଓ ଅନୁଗୁଳ ଜିଲ୍ଲାରେ ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ଯୋଜନା ପାଇଁ ୪୬୬ କୋଟି ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ବିଧାୟକଙ୍କ ନାମରେ ମିଥ୍ୟା ଅପପ୍ରଚାର – ଥାନାର ଦ୍ୱାରସ୍ଥ ହେଲେ ବିଧାୟକଙ୍କ ଭାଇ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଷଣ୍ଢପାଳ ଠାରେ ତାଳଚେର ବିଧାୟକ ଖେଳ ପଡିଆକୁ ହଳ କରିଥିବା ନେଇ ବିଭିନ୍ନ ଖବର କାଗଜରେ ଅପପ୍ରଚାର କରାଯାଇଥିବା…