ଆଞ୍ଚଳିକ ଲାବୋରେଟାରୀ ଟେକ୍ନିସିଆନଙ୍କ କଳାବ୍ୟାଜ ପରିଧାନ Angul OnlineAugust 1, 2021August 1, 2021 ଅନୁଗୁଳ – ଅନୁଗୁଳ ମେଡିକାଲ ଲାବୋରେଟାରୀ ଟେକ୍ନିସିଆନ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ରବିବାରଠାରୁ କଳା ବ୍ୟାଜ୍ ପିନ୍ଧିଛନ୍ତି । କ୍ୟାଡର ରୁଲ୍ ରେ ପରିବର୍ତ୍ତନ, ମେଡିକାଲ କଲେଜ ଓ ବ୍ଲଡ଼ ବ୍ୟାଙ୍କରେ ଟେକ୍ନୋଲୋଜିଷ୍ଟ ଏବଂ ଟେକନିକାଲ ଅଫିସର ପଦବୀ ସୃଷ୍ଟି କରିବା, ଡିଏମ୍ଏଲଟିରେ ପଞ୍ଜିକୃତ ହୋଇନଥିବା ଟେକ୍ନିସିଆନ ମାନଙ୍କୁ ପଦବୀରୁ ବାଦ ଦେବା, ବରିଷ୍ଠ ଟେକ୍ନିସିଆନ ମାନଙ୍କୁ ରକ୍ତ ଉପାଦାନ ପୃଥକୀକରଣ ତାଲିମ ବାଧ୍ୟତାମୂଳକ କରିବାକୁ ସଙ୍ଘ ପକ୍ଷରୁ ଦାବୀ କରାଯାଇଛି । ସଂଘର ସଭାପତି ଶ୍ରୀକାନ୍ତ ବେହେର। ଓ ସମ୍ପାଦକ ମାନସ ରଞ୍ଜନ ସାହୁ ଏକ ପ୍ରେସ ଵିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଛନ୍ତି । ଏହା ସହ ଦିଲ୍ଲୀ ଓ ପଶ୍ଚିମବଙ୍ଗ ପରି ଲାବୋରେଟୋରି ଟେକନିସିଆନରୁ ଟେକନୋଲୋଜିଷ୍ଟକୁ ପରିବର୍ତ୍ତନ , ନୂଆ ଜିଲ୍ଲା ଓ ମେଡିକାଲ କଲେଜ , ବ୍ଲଡ ବ୍ୟାଙ୍କ ମାନଙ୍କରେ ପ୍ରମୋସନାଲ ପଦବୀ ସୃଷ୍ଟି କରିବା , DCT Council ରେ ପଞ୍ଜିକୃତ ନ ହୋଇଥିବା ଟେକନିସିଆନ ମାନଙ୍କୁ କ୍ୟାଡାରରୁ ବାଦ ଦେବା ଆଦି ଦାବି କରିବା ସହ କୋଭିଡ ସମୟରେ ରୋଗୀ ସେବାରେ ବ୍ୟାହତ ସୃଷ୍ଟି ନକରି ନୀରବ ପ୍ରତିବାଦ ଜାରି ରଖିଥିବା କଥା ସେ ଉଲ୍ଲେଖ କରିଛନ୍ତି । Advertisement
କୋଭିଡ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗସ୍ତରେ ଆଜି ପୁଲିସ ଡିଜି ଅଭୟ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମୁଖ୍ୟତଃ ରାଜ୍ୟ ତଥା ଜିଲ୍ଲାରେ ବଢିଥିବା…
ସାପ କାମୁଡାରେ ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବହାଳସାହି ଗାଁରେ ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ ହେଲେ ପ୍ରଶାନ୍ତ…
୧୫୮ ୟୁନିଟ ରକ୍ତ ସଂଗ୍ରହ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଶଳା ଠାରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ମିଳିତ ଆନୂକୁଲ୍ୟରେ…