ଆଞ୍ଚଳିକ ମୋଟରସାଇକେଲ ଉପରେ ପଡିଲା ଗଛ – ୩ ଗୁରୁତର Angul OnlineAugust 2, 2021August 2, 2021 ଛେଣ୍ଡିପଦା – ଅନୁଗୁଳ-ଛେଣ୍ତିପଦା ରାସ୍ତାରେ କୋଶଳା ରିସର୍ଚ୍ଚ ନର୍ସରୀ ସମ୍ମୁଖରେ ଗଛ ଭାଙ୍ଗି ମୋଟରସାଇକେଲରେ ଯାଉଥିବା ୩ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ କରଡାବାହାଳି ଗାଁର ବ୍ରଜବନ୍ଧୁ ନାଏକ ତାଙ୍କ ସ୍ତ୍ରୀ ସତ୍ୟବତୀ ନାଏକ ଓ ପୁଅ କାହ୍ନା ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ କରଡାବାହାଳି ଗାଁର ବ୍ରଜବନ୍ଧୁ ନାଏକ ତାଙ୍କ ସ୍ତ୍ରୀ ସତ୍ୟବତୀ ନାଏକ ସହ ପୁଅ କାହ୍ନାର ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ମୋଟରସାଇକେଲ ଯୋଗେ ଅନୁଗୁଳ ମେଡିକାଲକୁ ଯାଉଥିବା ସମୟରେ ରାସ୍ତାରେ ଗଛ ଭାଙ୍ଗି ସେମାନଙ୍କ ଉପରେ ପଡିଥିଲା । ଫଳରେ ୩ ଜଣ ଆହତ ହୋଇ ରାସ୍ତା ଉଆପରେ ପଡି ଯାଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ କୋଶଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କର ଗୋଡ଼, ହାତ ଓ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି । Advertisement
ଗୋଟିଏ ଦିନରେ ୪୫ ହଜାର ଜୋରିମନା – ମୋଦୀ କଲେକ୍ସନ ୫ ଦିନ ପାଇଁ ସିଲ ଅନୁଗୁଳ – କୋଭିଡ ନିୟମ ପାଳନ ନ କରିବା ଯୋଗୁଁ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପ୍ରଶାସନ । ଜିଲ୍ଲାରେ କାରୋନା ସଂକ୍ରମଣ…
ଜିଲ୍ଲାରେ ଆରମ୍ଭ ହେବ ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ ଅନୁଗୁଳ – ରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ଗଣ ସଙ୍ଗଠନମାନେ ସମ୍ମିଳିତ ହୋଇ ‘ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ’ ଆରମ୍ଭ କରିଛନ୍ତି । ମୁମ୍ବାଇ ସ୍ଥିତ କ୍ରାନ୍ତି…
ମା’ ବାସନ୍ତୀଙ୍କ ପୂଜା ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ଅମଲାପଡାସ୍ଥିତ ମା ବାସନ୍ତୀ ଦୁର୍ଗାଙ୍କର ଆଜି ଷଷ୍ଠୀ ପୂଜା ଆରମ୍ଭ ହୋଇଛି । ବର୍ତ୍ତମାନ ସ୍ଥିତିରେ ଲାଗି ରହିଥିବା ମହାମାରୀ କରୋନା ଯୋଗୁଁ…