ଆଞ୍ଚଳିକ ମୋଟରସାଇକେଲ ଉପରେ ପଡିଲା ଗଛ – ୩ ଗୁରୁତର Angul OnlineAugust 2, 2021August 2, 2021 ଛେଣ୍ଡିପଦା – ଅନୁଗୁଳ-ଛେଣ୍ତିପଦା ରାସ୍ତାରେ କୋଶଳା ରିସର୍ଚ୍ଚ ନର୍ସରୀ ସମ୍ମୁଖରେ ଗଛ ଭାଙ୍ଗି ମୋଟରସାଇକେଲରେ ଯାଉଥିବା ୩ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ କରଡାବାହାଳି ଗାଁର ବ୍ରଜବନ୍ଧୁ ନାଏକ ତାଙ୍କ ସ୍ତ୍ରୀ ସତ୍ୟବତୀ ନାଏକ ଓ ପୁଅ କାହ୍ନା ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ କରଡାବାହାଳି ଗାଁର ବ୍ରଜବନ୍ଧୁ ନାଏକ ତାଙ୍କ ସ୍ତ୍ରୀ ସତ୍ୟବତୀ ନାଏକ ସହ ପୁଅ କାହ୍ନାର ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ମୋଟରସାଇକେଲ ଯୋଗେ ଅନୁଗୁଳ ମେଡିକାଲକୁ ଯାଉଥିବା ସମୟରେ ରାସ୍ତାରେ ଗଛ ଭାଙ୍ଗି ସେମାନଙ୍କ ଉପରେ ପଡିଥିଲା । ଫଳରେ ୩ ଜଣ ଆହତ ହୋଇ ରାସ୍ତା ଉଆପରେ ପଡି ଯାଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ କୋଶଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କର ଗୋଡ଼, ହାତ ଓ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି । Advertisement
ଜରପଡାକୁ ବ୍ଲକ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡାକୁ ନୂତନ ବ୍ଲକ କରିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି । ଏନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ଯ…
ହାତୀ ଆକ୍ରମଣରେ ବୃଦ୍ଧ ମୃତ, ପ୍ରତିବାଦରେ ରାସ୍ତାରୋକ ଅନୁଗୁଳ – ଅନୁଗୁଳ ବ୍ଲକ ବସଲା ଗ୍ରାମର ଜଣେ ବ୍ୟକ୍ତି ବୁଧବାର ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏହାର…
ବଦଳିଲେ ବଅଁରପାଳ ଥାନା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କରଙ୍କୁ ବଅଁରପାଳ ଥାନାରୁ ବଦଳି କରା ଯାଇଛି । ତାଙ୍କୁ ଅନୁଗୁଳ ମହିଳା ଓ…