ଅପରାଧ ଶାଶୁଘରେ ସ୍ତ୍ରୀକୁ ମାରି ସ୍ୱାମୀ ଫେରାର୍ Angul OnlineAugust 2, 2021August 2, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରକଳ୍ପ ଅଞ୍ଚଳରେ ଶଶୁର ଘରେ ସ୍ତ୍ରୀକୁ ହତ୍ୟା କରି ସ୍ଵାମୀ ଫେରାର ହୋଇ ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ କେନ୍ଦୁଝର ଚମ୍ପୁଆ ଥାନା ଦେଓଗାମ୍ ଗ୍ରାମର ସତୁରୀ ବର୍ଷିୟା ସୋମବାରୀ ହାଁସଦା ସ୍ୱାମୀଙ୍କ ମୃତ୍ୟୁ ପରେ ଗତ ତିନି ଚାରି ମାସ ହେବ ଅନୁଗୁଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ଟାଙ୍କି ହାଟିଂ ଅଞ୍ଚଳରେ ରହି ଆସୁଥିଲେ । ସେଠାରେ ତାଙ୍କର ଝିଅ ଜେମା ହାଁସଦା ଓ କେନ୍ଦୁଝର ଶୁଆକାଟି ଥାନା ଭରୁମୁଣ୍ତା ଗ୍ରାମର ଜ୍ବାଇଁ ରଞ୍ଜନ ଭୂୟାଁ ମଧ୍ୟ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ଝିଅ ଜେମା ହାଁସଦା ଓ ଜ୍ବାଇଁ ରଞ୍ଜନ ଭୂୟାଁଙ୍କ ମଧ୍ଯରେ ଘରୋଇ କଥାକୁ ନେଇ ଝଗଡା ଓ ମାଡପିଟ୍ ହୋଇଥିଲେ । ଶାଶୁ ସୋମବାରୀ ହାଁସଦା ଝିଅ ଜ୍ବାଇଁଙ୍କୁ ଛଡାଇବା ସମୟରେ ତାଙ୍କୁ ଜୀବନରୁ ମାରିଦେବାକୁ ଜ୍ବାଇଁ ଧମକ ଦେବାରୁ ସେ ସେଠାରୁ ପଳେଇ ଆସିଥିଲେ । ତେବେ ଆଜି ସକାଳେ ସୋମବାରୀ ହାଁସଦା ଦେଖିଲା ବେଳକୁ ଝିଅର ମୃତଦେହ ପଡି ରହି ଥିବା ବେଳେ ଜ୍ବାଇଁ ଘରେ ନଥିଲେ । ଏହା ଦେଖି ସୋମବାରୀ ରେଙ୍ଗାଳି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ରେଙ୍ଗାଳି ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି । Advertisement
ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ ଅନୁଗୁଳ – ୨୦୧୭ ମସିହା ଅକ୍ଟୋବର ୮ ତାରିଖରେ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏକ ନାବାଳିକା ବଳାତ୍କାର ମାମଲାର ରାୟ ମଙ୍ଗଳବାର ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟରେ…
ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଲିତଇଲା ଗାଁରେ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି ।…
ଚନ୍ଦନ କାଠ ସହ ଜଣେ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ଚୋରା ଚନ୍ଦନ କାଠ ବେପାରୀ । ୫୧ କିଲୋ ଚନ୍ଦନ କାଠ ସହ ଜଣଙ୍କୁ ଗିରଫ କରିଥିବା…