ମୁଖ୍ୟ ଖବର ହାତୀ ଛୁଆକୁ ଦିଆଗଲା ସାଲାଇନ Angul OnlineAugust 7, 2021August 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୀଧରପୁର ପାଳବନ୍ଧ ନିକଟରେ ଗୋଠଛଡ଼ା ହୋଇଥିବା ପ୍ରାୟ ଦେଢ଼ ବର୍ଷର ହାତୀଛୁଆ ଦେହରେ ଆଜି ସାଲାଇନ ଲାଗିଛି । ତାକୁ ଟ୍ରଙ୍କୁଲାଇଜ କରି ସଲାଇନ ସହ ଭିଟାମିନ ଦିଆଯାଇଛି । ସୂଚନା ଅନୁସାରେ , ଗତ ୩ ତାରିଖ ରାତିରେ ହାତୀପଲ ପାଳବନ୍ଧ ନିକଟକୁ ଆସିଥିବା ବେଳେ ସେଇଠି ହାତୀଛୁଆଟି ରହି ଯାଇଥିଲା । ହାତୀପଲଙ୍କ ସହିତ ଜଙ୍ଗଲକୁ ଫେରି ପାରି ନଥିଲା । ଛୁଆ ହାତୀକୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ସେଠାରେ ବେଶ୍ ଗହଳି ଲଗାଇଥିଲେ । ଲୋକେ ଛୁଆ ହାତୀ ଦେହରେ ହାତ ଲଗାଇବା ପୂର୍ବରୁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ବନ୍ଧ ନିକଟରେ ହାତୀଛୁଆ ଦେହ ଅସୁସ୍ଥ ଥିବା ଜାଣିବାକୁ ପାଇଥିଲା ବନ ବିଭାଗ । ନିକଟରେ ହିନ୍ଦୋଳ ବନାଞ୍ଚଳରେ ଯେହେତୁ ଦୁଇଟି ହାତୀ କୃମି ପାଇଁ ମୃତ୍ୟୁବରଣ କରିଛନ୍ତି, ତେଣୁ ଛୁଆକୁ କୃମି କିମ୍ବା ହର୍ପିସ୍ ରୋଗ ହୋଇଥିବା ପ୍ରାଣୀ ଚିକିତ୍ସକ ଅନୁମାନ କରିଥିଲେ । ହାତୀ ଦେହରେ ହାତ ବାଜିଲେ ଛୁଆ କୁଆଡ଼େ ହାତୀ ଗୋଠ ସହ ମିଶି ପାରେ ନାହିଁ । ତେଣୁ, ଛୁଆ ଦେହରେ କୌଣସି ପ୍ରକାରେ ହାତ ନ ମାରି ହାତୀର ଚିକିତ୍ସା ପାଇଁ ଟ୍ରାଙ୍କୁଲାଇଜ୍ କରିଥିଲା ବନ ବିଭାଗ । ଉଭୟ ହର୍ପସ୍ ଏବଂ କୃମି ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଥିଲା । ହାତୀ ଦେହରେ ପ୍ରବଳ କୃମି ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ବେଳେ ହର୍ପିସ୍ ରିପୋର୍ଟକୁ ବନ ବିଭାଗ ଅପେକ୍ଷା କରିଛି । Advertisement
ଅଟୋକୁ ଧକ୍କା ଦେଲା ଟ୍ରକ – ୨ ମହିଳା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣ…
ଅଭିଯୋଗ ଶୁଣାଣି ପାଲଟିଛି ପ୍ରହସନ – ଆସୁ ନାହାନ୍ତି ଅଧିକାରୀ ଛେଣ୍ଡିପଦା – ଲୋକମାନଙ୍କ ସୁବିଧା ଅସୁବିଧା ଦୂର କରିବା ଏବଂ ସରକାରୀ କଳର ସ୍ବଚ୍ଛତା ପାଇଁ ରାଜ୍ୟସରକାର ପ୍ରତ୍ୟେକ ପଞ୍ଚାୟତରେ ଲୋକ ମାନଙ୍କ ଅଭିଯୋଗ ଗ୍ରହଣ କରିବା…
ଷ୍ଟେସନ ଯିବା ବାଟରୁ ଯୁବତୀ ନିଖୋଜ ତାଳଚେର – ଭୁବନେଶ୍ବର ଯିବାକୁ ଆସି ତାଳଚେର ଷ୍ଟେସନ ଯିବା ବାଟରୁ ନିଖୋଜ ହେଲେ ଯୁବତୀ । ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ କାମ କରି ଘରକୁ…