ଆଞ୍ଚଳିକ ଉଦଘାଟିତ ହେଲା ଫୁଲପଡା ବିଦ୍ୟୁତ ସବ-ଷ୍ଟେସନ Angul OnlineAugust 9, 2021August 9, 2021 ବଅଁରପାଳ -(AO)- ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ପାଖରେ ନିର୍ମାଣ ହୋଇଥିବା ବିଦ୍ୟୁତ ସବ-ଷ୍ଟେସନକୁ (ତଳମୂଳ ଶାସନ) ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଉଦଘାଟନ କରିଛନ୍ତି । ଉପ ବାଚସ୍ପତିଙ୍କ ଦୀର୍ଘ ଦିନର ପ୍ରଚେଷ୍ଟା ପରେ ଏହି ସବ-ଷ୍ଟେସନଟି ନିର୍ମାଣ ହୋଇଥିଲା । ବାରମ୍ବାର ବିଦ୍ୟୁତ ବିଭ୍ରାଟ ପାଇଁ ମହିଧରପୁର , ତଳମୂଳ , ତଳମୂଳ ଶାସନ, ଫୁଲପଡା ଓ ସାନ୍ତରାପୁର ‘ଖ’ ପଞ୍ଚାୟତର ଲୋକମାନେ ବିଭିନ୍ନ ପ୍ରକାରର ଅସୁବିଧା ଭୋଗୁଥିଲେ । ସାମାନ୍ୟ ବର୍ଷା ପବନ ହେଲେ ଦିନ ଦିନ ଧରି ବିଦ୍ୟୁତ ସେବା ବାଧାପ୍ରାପ୍ତ ହେଉଥିଲା । ଲୋକମାନଙ୍କର ଏହି ସମସ୍ୟାକୁ ଦେଖି ଏହି ସବ-ଷ୍ଟେସନକୁ ନିର୍ମାଣ କରା ଯାଇଥିଲା । ଏହି ଫୁଲପଡା ୩୩/୧୧ ସବ ଷ୍ଟେସନ (ତଳମୂଳ ଶାସନ) ଉଦଘାଟିତ ହେବା ଫଳରେ ମହିଧରପୁର, ଗଡ଼ ତଳମୂଳ , ତଳମୂଳ ଶାସନ, ଫୁଲପଡା ଓ ସାନ୍ତରାପୁର ‘ଖ’ର ଲୋକମାନେ ଉପକୃତ ହୋଇପାରିବେ । ସବ ଷ୍ଟେସନ ଉଦଘାଟନ କାର୍ଯ୍ୟକ୍ରମରେ ବଅଁରପାଳ ବ୍ଲକ ବିଜେଡି ସଭାପତି ବିଜୟ କୁମାର ନାଥ, ଟିପିସିଓଡିଏଲ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ପାତ୍ର , ଟିପିସିଓଡିଏଲର ଏସଡିଓ , କନିଷ୍ଠ ଯନ୍ତ୍ରୀ , ବିଦ୍ୟୁତ ବିଭାଗର ବିଭିନ୍ନ ଅଧିକାରୀ ବୃନ୍ଦ , ଯୁବ ନେତା ଅରୁଣାଭ ସିଂହ ଆଦି ଉପସ୍ଥିତ ଥିଲେ । Advertisement
ମଧୁ ବାବୁ ଥିଲେ ନାରୀ ସ୍ବାଧୀନତାର ସୂତ୍ରଧର ଏବଂ ଓଡ଼ିଆ ସ୍ବାଭିମାନର ଜନ୍ମଦାତା ଅନୁଗୋଳ – ଅନୁଗୋଳ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି ।…
ଆରମ୍ଭ ହେଲା ଟିକାକରଣ କାର୍ଯ୍ୟକ୍ରମ ଅନୁଗୁଳ – ସମସ୍ତ ଧୈର୍ଯ୍ୟ ଓ ଅପେକ୍ଷା ର ଅବସାନ ଘଟିଛି । ବିଶ୍ୱ କରୋନା ମହାମାରୀ କବଳରୁ ମୁକ୍ତ ହେବାକୁ ଯାଉଛି।ଆଜି ସାରା ଭାରତରେ କରୋନାର…
ଲାଗୁ ହେଲା ନାଇଟ କର୍ଫ୍ୟୁ – ଅମାନିଆଙ୍କ ଉପରେ ପୁଲିସର କଡା ନଜର ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜିଠାରୁ ଲାଗୁ ହେଲା ରାତ୍ରୀ କାଳୀନ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ…