ଆଞ୍ଚଳିକ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ Angul OnlineAugust 9, 2021August 11, 2021 ଅନୁଗୁଳ -(AO)- ଅନଗୁଳ ଗାନ୍ଧୀ ପାର୍କ ଠାରେ ଭାରତ ଛାଡ଼ ଆନ୍ଦୋଳନ ୭୯ ତମ ଦିବସ ପାଳିତ ହୋଇ ଯାଇଛି । ୧୯୪୨ ମସିହା ଆଜିର ଦିନରେ ଯେଉଁ ଭାରତ ଛାଡ଼ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ସେହି ଦିନକୁ କ୍ରାନ୍ତୀ ଦିବସ ଭାବେ ପାଳନ କରା ଯାଇଆସୁଛି । ଏହି ୯ ଅଗଷ୍ଟ ମହାତ୍ମା ଗାନ୍ଧୀ ଙ୍କ ନେତୃତ୍ବରେ ଅନେକ ଭାରତୀୟ ସତ୍ୟାଗ୍ରହୀ ଯୋଗ ଦେଇ ମୁମ୍ବାଇ ର ଶିବାଜୀ ପାର୍କ (ଏବେ କ୍ରାନ୍ତୀ ମୈଦାନ ନାମିତ)ରେ ବ୍ରିଟିଶ ଶାସନ ବିରୁଦ୍ଧରେ ଆମେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ କରିବା ବୋଲି ଶପଥ ନେଇଥିଲେ । ଯେଉଁଥିରେ ତାଙ୍କର ସ୍ଲୋଗାନ ଥିଲା “କର ବା ମର” । ଏହାକୁ ମାନେ ପକାଇ ରାଷ୍ଟ୍ରୀୟ ଯୁବ ସଂଗଠନ ଓ ନବ ମାଳତୀ ସ୍ମୃତୀ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରାଧ୍ୟାପକ ବିଶ୍ବରଞ୍ଜନ ପ୍ରଧାନ , ବରିଷ୍ଠ ସମ୍ବାଦିକ ବିଶ୍ବରଞ୍ଜନ ପଟନାୟକ , ସାମାଜିକ କର୍ମୀ କଲ୍ୟାଣ କିଶୋର ମହାନ୍ତି , ପର୍ଶୁରାମ ଦାଶ , ବିଦ୍ୟାଧର ନାୟକ ଆଦି ଅତିଥି ଭାବେ ଯୋଗ ଦେଇଥିଲେ । ଯେଉଁଥିରେ ସଂଗଠକ ସିତୁ ନାୟକ , ରଶ୍ମିରଞ୍ଜନ ସାହୁ , ଅଦ୍ୟାଶ୍ଲୋକ ମିଶ୍ର , ଅନିରୋଧ ନାୟକ , ଦିବ୍ୟଜ୍ୟୋତି ନାୟକ ଓ ଛବିନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। Advertisement
ପାଣି ଘେରରେ ଲୋକ ତାଳଚେର – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ବର୍ଷା ଜଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର…
ତୁଟୁନି ପରିବହନ ବିବାଦ- ୮୦ଟ୍ରକ ମାଲିକ ଅଟକ , ଆନ୍ଦୋଳନ ଚେତାବନୀ ନାଲକୋନଗର – ନାଲକୋ ଟ୍ରକ ଓନର ୱେଲଫାୟାର ଆସୋସିଏସନ ଓ ଅନଗୁଳ ଟ୍ରକ ମାଲିକ ସଂଘକୁ ସଠିକ ମାତ୍ରାରେ ଆଲୁମିନିୟମ ପରିବହନ ମିଳୁନଥିବାରୁ ଟ୍ରକ ସଂଘ ପକ୍ଷରୁ …
ବିଶିଷ୍ଟ ପାଲା ଗାୟକ କଳାକାରଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଶିମିଳିପଡ଼ା ନିବାସୀ ବିଶିଷ୍ଟ ପାଲା ଗାୟକ କଳାକାର ନାଥଙ୍କର ରବିବାର ବିଳମ୍ବିତ ରାତିରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧…