ମୁଖ୍ୟ ଖବର ପେଟ୍ରୋଲରେ ଅପମିଶ୍ରଣ ଅଭିଯୋଗ Angul OnlineAugust 9, 2021August 9, 2021 ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା ସଦରମହକୁମାର ଏକ ପେଟ୍ରୋଲ ପମ୍ପର ପେଟ୍ରୋଲରେ ଅପମିଶ୍ରଣ ହେଉଥିବା ଅଭିଯୋଗ ହେବା ସହ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ସୂଚନା ଅନୁସାରେ ଅନୁଗୁଳ କଳିଙ୍ଗ ମାର୍କେଟରେ ଥିବା ମିରାନିଆ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପକୁ ସ୍ଵାଗତ ସାହୁ ନାମକ ଜଣେ ଯୁବକ ବୋତଲରେ ପେଟ୍ରୋଲ ଆଣିବାକୁ ଯାଇଥିଲେ । ତେବେ ସେଠାରୁ ପେଟ୍ରୋଲ ଆଣିବା ବେଳେ ପେଟ୍ରୋଲର ରଙ୍ଗ ଦେଖି ତାଙ୍କର ସନ୍ଦେହ ହୋଇଥିଲା । ପେଟ୍ରୋଲ ପମ୍ପରେ ଥିବା ଆଉ ଏକ ମେସିନରୁ ପେଟ୍ରୋଲ କାଢିବାରୁ ତାର ରଙ୍ଗ ପୂର୍ବ ରଙ୍ଗ ଅପେକ୍ଷା ଭିନ୍ନ ଥିଲା । ଦୁଇ ପ୍ରକାରର ରଙ୍ଗର ପେଟ୍ରୋଲ ଦେଖି ପେଟ୍ରୋଲରେ ଅପମିଶ୍ରଣ ହେଉଥିବା ସେ ଅଭିଯୋଗ କରି ଥିଲେ । ସେତେବେଳେ ସେହି ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଯାଇଥିବା ଗ୍ରାହକ ମାନେ ମଧ୍ୟ ଏହା ଦେଖି ସନ୍ଦେହ ପ୍ରକାଶ କରିଥିଲେ । ପେଟ୍ରୋଲ ଅପମିଶ୍ରଣ ହେଉଥିବା ଅଭିଯୋଗକୁ ନେଇ ସାମାନ୍ୟ ଉତ୍ତେଜନା ପରିସ୍ଥିତି ମଧ୍ୟ ଦେଖା ଦେଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣାଧୀନ କରିଥିଲା । ପରେ ଯୋଗାଣ ବିଭାଗ ମଧ୍ୟ ପେଟ୍ରୋଲ ପମ୍ପକୁ ଯାଇ ପେଟ୍ରୋଲର ମାନ ଯାଞ୍ଚ କରା ଯାଇଥିବା ସୂଚନା ମିଳିଛି । ତେବେ ପେଟ୍ରୋଲରେ ଅପମିଶ୍ରଣ ହୋଇଛି ନା ନାହିଁ ସେ ନେଇ ବିଭାଗ ପକ୍ଷରୁ ସୂଚନା ମିଳି ନାହିଁ । ସେପଟେ ପେଟ୍ରୋଲରେ ଅପମିଶ୍ରଣକୁ ପେଟ୍ରୋଲପମ୍ପ କର୍ମଚାରୀ ଖଣ୍ଡନ କରିଛନ୍ତି । Advertisement
ବାରହା ଫାଶରେ ପଡି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସାତକୋଶିଆରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ପମ୍ପାସର ରେଞ୍ଜ ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ବିଦ୍ୟୁତ…
ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବିରେ ବିଶାଳ ଚାଷୀ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲାର ୯୨ଟି ରାଜସ୍ୱ ଗ୍ରାମକୁ ଦଖଲ ପ୍ରଦାନ କରିନଥିବା ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଦାବିରେ…
ସେଟ୍ରିଙ୍ଗ ଖସି ଶ୍ରମିକ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ମାଣିକପୁର ଗାଁରେ ଏକ ଅଘଟଣ ଘଟି ଯାଇଛି। ଛାତ ସେଟ୍ରିଙ୍ଗ ଖୋଲିଥିବା ବେଳେ ସେଟ୍ରିଙ୍ଗ ଖସି ପଡିବା ଯୋଗୁଁ…