ଅପରାଧ ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା Angul OnlineAugust 13, 2021August 13, 2021 ଛେଣ୍ଡିପଦା -(AO) – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରିସରରୁ ଡିକି ଭାଙ୍ଗି ଟଙ୍କା ଲୁଟ । ଡିକି ଭାଙ୍ଗି ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ବାହାଳସାହିର ସରତ ସାହୁ ସକାଳ ପ୍ରାୟ ସାଢେ ୧୦ ଟା ବେଳେ ଆଇସିଆଇସିଆଇ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଇ ନିଜ ମୋଟର ସାଇକେଲ ଡିକିରେ ରଖିଥିଲେ । ସେଠାରୁ ସେ ବ୍ଲକ ପରିସରରେ ଗାଡି ରଖି ବ୍ଲକ ଭିତରକୁ କୌଣସି କାମରେ ଯାଇଥିଲେ । ତେବେ ବ୍ଲକ ଭିତରୁ ଆସିବା ପରେ ତାଙ୍କ ଡିକି ଭଙ୍ଗା ଯାଇଥିବା ଆଉ ସେଥିରେ ଟଙ୍କା ନଥିବା ଦେଖିଥିଲେ । କୌଣସି ଦୁର୍ବୃତ୍ତ ତାଙ୍କୁ ପିଛା କରି ତାଙ୍କ ଟଙ୍କା ଲୁଟି ନେଇଥିବା ଜାଣି ସେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି । Advertisement
୨ ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଶନିବାର ବଅଁରପାଳ ଥାନା ଗୋତମରା ଅଞ୍ଚଳରେ ଚଢ଼ାଉ କର ୨୬ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ…
ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ଚୋରି – ତାଳଚେରରେ ୪ ଚୋରଙ୍କୁ ଧରିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ଅଭିଯୋଗ ଆସିଥିବା ବେଳେ ତାଳଚେରରେ ଏକ ଚୋର ଦଳ ଏବଂ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ…
ବଜାର ଭିତରୁ ଡିକି ଭାଙ୍ଗି ନେଇଗଲେ ଏକ ଲକ୍ଷ ଟଙ୍କା (ଭିଡିଓ) ତାଳଚେର – ପୁଣି ମାତିଲେ ଡିକି ଲୁଟେରା । ଜନ ଗହଳି ପୂର୍ଣ୍ଣ ବଜାର ଭିତରୁ ଆଖି ପିଛୁଳାକେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି…