ମୁଖ୍ୟ ଖବର ଜ୍ଵାଇଁ ଆକ୍ରମଣରେ ଶଶୁର ଆହତ Angul OnlineAugust 17, 2021August 17, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଏକ ଗେଷ୍ଟହାଉସ ଠାରେ ପୁଅ ଓ ଝିଅ ଘର ପକ୍ଷରୁ ଯୌତୁକ ଜିନିଷ ଫେରାଇବାକୁ ନେଇ ଆଲୋଚନା ଚାଲୁଥିବା ବେଳେ ଯୁକ୍ତି ତର୍କରୁ ଜ୍ଵାଇଁର ଆକ୍ରମଣରେ ଶଶୁର ଆହତ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବାଲୁଙ୍ଗା ଖମାର ଗାଁର ନରେଶ ନାହାକଙ୍କୁ କାମାକ୍ଷାନଗର ଅଞ୍ଚଳର ଲିଙ୍ଗରାଜ ପରିଡାଙ୍କ ଝିଅ ସହିତ ଦୁଇ ବର୍ଷ ତଳେ ବିବାହ ହୋଇଥିଲା । ଗତ ଏକ ବର୍ଷ ହେବ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ନରେଶଙ୍କ ସ୍ତ୍ରୀ ବାପ ଘରକୁ ଚାଲି ଆସିଥିଲେ । ପରେ ଝିଅ ଘର ପକ୍ଷରୁ ଥାନାରେ ଅଭିଯୋଗ କରି ସମସ୍ତ ଜିନିଷ ପତ୍ର ନେଇ ଆସିବା ସହିତ ବାକି ଥିବା ୫ ଲକ୍ଷ ୧୫ ହଜାର ଟଙ୍କା ଓ ସୁନା ଫେରାଇବାକୁ ପୁଅ ଘରକୁ କହିଥିଲେ । ତେବେ ଆଜି ସମସ୍ତ ଜିନିଷ ପୁଅ ଘର ପକ୍ଷରୁ ଫେରାଇବାକୁ ଝିଅ ଘରକୁ ଏକ ଗେଷ୍ଟ ହାଉସକୁ ଡକାଇଥିଲେ । ତେବେ ଉଭୟ ପକ୍ଷରୁ କଥା କଟା କଟିକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଏଥିରେ ଜ୍ଵାଇଁ ଉତ୍ତ୍ୟକ୍ତ ହୋଇ ଏକ ଛୁରାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଛୁରା ମାଡ଼ରେ ଶଶୁରଙ୍କ ହାତଟି କଟି ଯାଇଥିଲା । ତାଙ୍କୁ ସେଠାରୁ ଘର ଲୋକ ମଣ୍ଡାପାଳ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ତେବେ ଛୁରୀରେ ଶଶୁରଙ୍କୁ ଆକ୍ରମଣ କରିବା ଘଟଣାକୁ ଜ୍ଵାଇଁ ଅସ୍ଵୀକାର କରିଥିବା ବେଳେ ତାଙ୍କୁ ଝିଅ ଘର ଲୋକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ତେବେ ଉଭୟ ପକ୍ଷରୁ ତାଳଚେର କୋଲିୟାରୀ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । Advertisement
ଟାକ୍ସ ଖିଲାପକାରୀ ୨ ଦୋକାନ ସିଲ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ , ନୋଟିସ୍ ଡାକବାଜି ଯନ୍ତ୍ରରେ ପ୍ରଚାର ସତ୍ତ୍ବେ ହୋଲ୍ଡିଂ ଟ୍ୟାକ୍ସ ଦାଖଲ ନକରିବାରୁ…
ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କେରଜାଙ୍ଗ ଗାଁରୁ ବିଳମ୍ବିତ ରାତିରେ ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ କରିବା ସହ ଜଣଙ୍କୁ…
ବସ ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା – ୨୫ ଆହତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ର ବତିସୁଆଁ ଗ୍ରାମ ନିକଟରେ ଏକ ବସ ଓ ଟ୍ୟାଙ୍କର ମଧ୍ୟରେ ମୁହାଁ ମୁହିଁ…