ଆଞ୍ଚଳିକ ଖୁଣ୍ଟରେ ପିଟି ହୋଇ ଜଣେ ମୃତ Angul OnlineAugust 17, 2021August 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଲାସିଙ୍ଗା ବାଲିସାହି ଛକ ଠାରେ ଖୁଣ୍ଟରେ ପିଟି ହୋଇ ଜଣେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ତଳଗଡ଼ ଗ୍ରାମର କବିର ସାହୁ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଅନୁଗୁଳ ପଟରୁ ବନ୍ତଳା ଆଡକୁ ଯାଉଥିବା ବେଳେ ବଲାସିଙ୍ଗା ବାଲିସାହି ଛକ ଠାରେ ଭାରସାମ୍ୟ ହରାଇ ତାଙ୍କ ମୋଟରସାଇକେଲଟି ଖୁଣ୍ଟରେ ପିଟି ହୋଇ ଯାଇଥିଲା l ଘଟଣା ସ୍ଥଳରେ ହିଁ କବିର ସାହୁଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ଜେଏସପି ପରିଚାଳନା ନିର୍ଦ୍ଦେଶକଙ୍କ ସିଏସଆର କାର୍ଯ୍ୟ ପରିଦର୍ଶନ ଭୁବନେଶ୍ବର – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଲେନ୍ଦ୍ର ଝା, ଜେଏସପି ଫାଉଣ୍ଡେସନ ଦ୍ଵାରା ଅନୁଗୁଳରେ କାର୍ଯ୍ୟକରି ହେଉଥିବା କମ୍ପାନୀର…
କେ.ଏସ୍. ସୁନ୍ଦରମ, ଏନଟିପିସି କଣିହାଁ ପ୍ରକଳ୍ପର ନୂତନ ମୁଖ୍ୟ ନିଯୁକ୍ତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ. ଶ୍ରୀନିବାସ ରାଓଙ୍କ ଅଗଷ୍ଟ ୧ ତାରିଖରେ ଅବସର ପରେ ଶ୍ରୀ କେ.ଏସ୍ ସୁନ୍ଦରମ, ସିଜିଏମ୍,…
ଶଙ୍କରାଚାର୍ଯ୍ୟଙ୍କ କୁଶ ପୁତଳିକା ଦାହକୁ ନିନ୍ଦା – କାର୍ଯ୍ୟାନୁଷ୍ଠାନ ନେବାକୁ ବିଶ୍ବ ହିନ୍ଦୁ ପରିଷଦର ଦାବି ଅନୁଗୁଳ – ବିଶ୍ବ ହିନ୍ଦୁ ପରିଷଦ , ଓଡିଶା ତରଫରୁ ଅନୁଗୁଳ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଗତ ୦୯…