ଅପରାଧ ଡକାୟତି ମାମଲାରେ ୪ ଗିରଫ – ମୋଟରସାଇକେଲ ଓ ମୋବାଇଲ ଜବତ Angul OnlineAugust 24, 2021August 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଠାରେ ୨୦୨୦ ମସିହା ଡିସେମ୍ବର ୨୦ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ ହୋଇଥିବା ଘଟଣାର ପର୍ଦାଫାସ କରିଛି ପୁଲିସ । ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ ଟି ମୋଟରସାଇକେଲ ଓ ୩ ଟି ମୋବାଇଲ ଓ ଗୋଟିଏ କାତି ଜବତ କରିଛି । ସୂଚନା ଅନୁସାରେ ୨୦୨୦ ମସିହା ଡିସେମ୍ବର ୨୦ ତାରିଖ ସୁନୀଲ ମହାରଣା ନାମକ ଜଣେ ବ୍ୟବସାୟୀ ବଅଁରପାଳରୁ ରାସୋଳ ଅଭିମୁଖେ ଯାଉଥିବା ବେଳେ ୬ ଜଣ ଲୁଟେରା ତାଙ୍କୁ ଅଟକାଇ ମାଡ ମାରିବା ସହ ମାରଣାସ୍ତ୍ର ଦେଖାଇ ୫୫ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଛଡାଇ ନେଇ ଫେରାର ହୋଇ ଯାଇଥିଲେ । ସୁନୀଲ ଏ ନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିବବା ପରେ ପୁଲିସ ତଦନ୍ତ ଜାରି ରଖିଥିଲା । ଶେଷରେ ଏହି ଲୁଟରେ ସମ୍ପୃକ୍ତ ରାମିମୁଣ୍ଡା ଗାଁର ସୌମ୍ୟ ରଞ୍ଜନ ଗଡନାୟକ , ଅଙ୍ଗାରବନ୍ଧ ଗାଁର ସୁବ୍ରତ କତାର , ବୁଢାପଙ୍କ ଗାଁର ସୁବ୍ରତ ଭୁତିଆ ଓ ରତିକାନ୍ତ ବେହେରାଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଏହି ଲୁଟରେ ୬ ଜଣ ସାମିଲ ଥିବା ବେଳେ କଣ୍ଟାବଣିଆ ଗାଁର ବ୍ରହ୍ମାଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ବୁଢାପଙ୍କ ଗାଁର ନାଗେନ ବେହେରା ଫେରାର ଅଛି । ଗିରଫ ୪ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଅଙ୍ଗାରବନ୍ଧ ହତ୍ଯା ଘଟଣାର ଅଭିଯୁକ୍ତ ଗିରଫ ଅନୁଗୁଳ(ଅନୁଗୁଳ ଅନଲାଇନ୍)-୨୩/୦୯ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ଗତ ୧୫ ତାରିଖ ରାତିରେ ହୋଇଥିବା ହତ୍ଯାକାଣ୍ଡର ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ…
ଅନୁଗୋଳରେ ଅବକାରୀ ବିଭାଗର ବଡ଼ ଧରପଗଡ଼: ୯.୬୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ ଅନୁଗୋଳ: ନିଶା କାରବାର ବିରୋଧରେ ଅନୁଗୋଳ ଅବକାରୀ ବିଭାଗର ବଡ଼ ଧରପଗଡ଼। ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୋଟ ୯୬ କିଲୋ ୬୨୦ ଗ୍ରାମ ଗଞ୍ଜେଇ…
ସ୍ତ୍ରୀକୁ ଟଙ୍ଗିଆରେ ହାଣି ହତ୍ଯା କଲା ସ୍ୱାମୀ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଅଂଚଳରେ ଗୁରୁବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଧାନବିଲରେ ଯୁକ୍ତିତର୍କରୁ ଉତ୍କ୍ଷିପ୍ତ ସ୍ବାମୀ…