Uncategorized ବ୍ରାଉନସୁଗାର ସହ ମହିଳା ଗିରଫ Angul OnlineAugust 25, 2021August 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ଅବକାରୀ ଓ ପୁଲିସର ମୁଣ୍ଡବିନ୍ଧାର କାରଣ ପାଳଟିଥିବା ଜଣେ ବ୍ରାଉନସୁଗାର ବିକ୍ରି କରି ଆସୁଥିବା ମହିଳାଙ୍କୁ ଶେଷରେ ଧରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ନାଲକୋନଗର ଥାନା ଗିରାଙ୍ଗ ଅଞ୍ଚଳରେ କୁନି ସାହୁ ନାମକ ଜଣେ ମହିଳା ବ୍ରାଉନସୁଗାର ବେପାର କରୁଥିବା ଖବର ଥିଲା । ହେଲେ ତାକୁ ଧରିବାରେ ସଫଳ ହେଉନଥିଲେ । ଆଜି କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ନିର୍ଦେଶକ୍ରମେ ଅବକାରୀ ବିଭାଗ ଗିରାଙ୍ଗ ତଳସାହିରେ ଚଢାଉ କରିଥିଲା । ବ୍ରାଉନସୁଗାର ବିକ୍ରି ହେଉଥିବା ଖବର ପାଇ ଏହି ଚଢ଼ାଉ କରାଯିବା ବେଳେ କୁନି ସାହୁକୁ ଧରିବାରେ ସଫଳ ହୋଇଥିଲା ଅବକାରୀ ବିବଭାଗ । କୁନି ସାହୁ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ଜଣା ପଡ଼ିଛି । କୁନି ନିକଟରୁ ୩୭ ହଜାର ଏକ ଶହ ଟଙ୍କା ମଧ୍ୟ ଜବତ କରା ଯାଇଥିବା ବେଳେ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକ କହିଛନ୍ତି । ଆଜିର ଏହି ଚଢାଉରେ ଅତିରିକ୍ତ ଅବକାରୀ ଅଧିକ୍ଷକ ନିନା ବେଉରାଙ୍କ ସମେତ ଅନୁଗୁଳ ଅବକାରୀ ବିଭାଗର ଟିମ ଉପସ୍ଥିତ ଥିଲେ । Advertisement
ସ୍ତ୍ରୀ ପଳେଇଲା ବୋଲି ଭାଇକୁ ସନ୍ଦେହ କରିବାରୁ ଗୁଳି ମାରିଦେଲା ଯୁବକ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ କମଳପୁର ଗ୍ରାମରେ ଗୁଳି ମାଡରେ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।…
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିବ ଏସ.ୟୁ.ସି.ଆଇ. – ୨୯ ରେ ଗଣ ବିକ୍ଷୋଭ ଅନୁଗୁଳ – ଜୀନଜୀବନର ଜ୍ଵଳନ୍ତ ସମସ୍ୟା ସମାଧାନ ଦାବିରେ ଆସନ୍ତା ୨୯ ସେପ୍ଟେମ୍ବର ୨୦୨୨ରେ ଭୁବନେଶ୍ଵର ଠାରେ ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) ଓଡିଶା ରାଜ୍ୟ କମିଟି…
ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ରୂପାଲିଙ୍କ ସଫଳତା ତାଳଚେର – ଅନୁଗୁଳ ତାଳଚେରରେ ଜନ୍ମିତ ଓଡିଆ ଝିଅ ରୂପାଲି ଶ ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ଭାଗ ନେଇ ଦ୍ଵିତୀୟ ହେବା ସହ ମିସେସ ଚାର୍ମିଙ୍ଗ…