ଆଞ୍ଚଳିକ ନଦୀରେ ବୁଡି ମହିଳା ନିଖୋଜ Angul OnlineAugust 27, 2021August 27, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଇଁଛପଦା ଗାଁ ନିକଟ ଦେଇ ଯାଇଥିବା ଟିକିରା ନଦୀକୁ ଗାଧୋଇବାକୁ ଯାଇ ଜଣେ ମହିଳା ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ମହିଳା ଜଣକ ହେଲେ କଇଁଛପଦା ଗାଁର ପ୍ରଦୀପ ଦେହୁରୀଙ୍କ ସ୍ତ୍ରୀ ଚାରୁ ଦେହୁରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ଚାରୁ ଦେହୁରୀ ଦିନ ୧୨ ଟା ବେଳେ ନଦୀକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ବେଳେ ଗଭୀର ନଦୀ ସ୍ରୋତରେ ଭାସି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଟିକିରା ନଦୀରେ ନିଖୋଜ ମହିଳାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଥିଲେ । ହେଲେ ଦୀର୍ଘ ୬ଘଣ୍ଟା ଖୋଜାଖୋଜି ପରେ ମଧ୍ୟ ମହିଳାଙ୍କ ସନ୍ଧାନ ମିଳି ପାରି ନାହିଁ । Advertisement
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖା ଗଠିତ ଅନୁଗୁଳ – ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖାର ବୈଠକ ପ୍ରତିଷ୍ଠାନର ରାଜ୍ୟ ଶାଖାର ମୁଖ୍ୟ ମାର୍ଗଦର୍ଶିକା ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ବାଜି ରାଉତ ଛାତ୍ରାବାସର…
କୋଇଲାଗାଡ଼ିରେ ପାଲ ଘୋଡ଼ାଇବା ପାଇଁ ଦାବୀପତ୍ର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲରୁ କୋଇଲା ପରିବହନ କରୁଥିବା ହାଇୱା ଟ୍ରକ ଏବଂ କଣ୍ଟେନର ଗୁଡ଼ିକରେ ପାଲ ବା ତାରପୋଲିନ୍ ଘୋଡ଼ାଇ ନେଉ ନଥିବାରୁ…
ବିଜୁ ଯୁବ ଜନତା ଦଳ ଦ୍ବାରା ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ ଅନୁଗୁଳ ଜଗନ୍ନାଥ ମନ୍ଦିର ଠାରେ , ବିଜୁ ଯୁବ ଜନତା…