ମୁଖ୍ୟ ଖବର ଟ୍ରକ ଧକ୍କାରେ ଜଣେ ମୃତ Angul OnlineAugust 27, 2021August 27, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ମୋଟରସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲାର ଅଜୟ ପାତ୍ର ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅଜୟ ପାତ୍ର ତାଙ୍କ ମୋଟରସାଇକେଲ (ଓଡ଼ି ୦୯ ଜେ ୮୬୫୫)ରେ ଆଜି ଦିନ ୨ଟା ବେଳେ ବହ୍ଲର ଛକ ପାଖରୁ ତାଳଚେର ଆଡ଼କୁ ଆସୁଥିଲେ । ତେବେ ସେ ଭାରସାମ୍ୟ ହରାଇ ପବିତ୍ର ମୋହନ ଛକ ନିକଟରେ ହଠାତ ପଡ଼ି ଯାଇଥିଲେ । ସେହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍ ତାଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ଅଜୟଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାଜପଥକୁ ଅବରୋଧ କରିଥିଲେ । ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା । ବୁଝାସୁଝା କରିବା ପରେ ରାସ୍ତାରୋକ ହାତିଥିଲା । ଧକ୍କା ଦେଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇ ଥିବା ଜଣା ପଡିଛି । Advertisement
୧୨ ଫୁଟ ଅହିରାଜ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଗଡତରାସ ଗ୍ରାମରୁ ଆଜି ଏକ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରା ଯାଇଛି । ଗଡତରାସ ଗ୍ରାମ ଶିବ…
ନିଖୋଜ ନାବଳକକୁ ବଳି ସନ୍ଦେହ – ପୁଲିସ ଗାଡି ଜାଳିଦେଲେ ଉତ୍ତ୍ଯକ୍ତ ଲୋକେ ଅନୁଗୋଳ – ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନାବାଳକ ଜଣଙ୍କ ଗୋଡ଼ ହାତ ଆଦି…
ରାସ୍ତା ଅବସ୍ଥା ଶୋଚନୀୟ – ବସ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଲା ବସ ମାଲିକ ସଂଘ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଯାହା ଫଳରେ ଏଜି ରାସ୍ତା ଉପରେ…