ଅପରାଧ ଦୁଇ ଚୋରଙ୍କୁ ମାଡ ମାରି ପୁଲିସର ଜିମା ଦେଲେ ଲୋକେ Angul OnlineAugust 27, 2021August 27, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁ ସାପ୍ତାହିକ ହାଟରେ ଟଙ୍କା ଚୋରି ବେଳେ ଲୋକଙ୍କ ହାତରେ ଧାରାପଡିଥିଲେ ଦୁଇ ଚୋର । ଧରା ପଡିବା ପରେ ଲୋକ ଉଭଯଙ୍କୁ ମାଡ ମାରିବା ପରେ ଛେଣ୍ଡିପଦା ପୁଲିସର ଜିମା ଦେଇଥିଲେ । ସୂଚନା ଅନୁସାରେ ଗୁରୁବାର କୋଶଳା ହାଟ ଚାଲିଥିବା ବେଳେ ସକାଳ କୋଶଳା ଗ୍ରାମର ଅଜୟ ସାହୁ ପରିବା କିଣୁଥିଲେ । ସେହି ସମୟରେ ତାଙ୍କ ପାଖରେ ଜଣେ ଯୁବ ଛିଡା ହୋଇଥିଲେ । କିଛି ସମୟ ପରେ ଅଜୟ ପରିବା ଦୋକାନୀଙ୍କୁ ଟଙ୍କା ଦେବା ପାଇଁ ଯିବାବେଳେ ପକେଟରେ ଟଙ୍କା ନଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କ ପାଖରେ ଥିବା ଯୁବକକୁ ଖୋଜିଥିଲେ । ସେତେବେଳକୁ ଯୁବକ ଜଣକ ଅନ୍ୟ ଏକ ଦୋକାନରେ ଠିଆ ହୋଇଥିଲେ । ଅଜୟ ଯୁବକ ଜଣଙ୍କ ପାଖକୁ ଆସି ପକେଟରୁ ଟଙ୍କା ନେଇଥିବା ବିଷୟରେ ପଚାରିଥିଲେ । ପରେ ଯୁବକ ଜଣକ ଟଙ୍କା ନେଇ ଅନ୍ୟ ସହଯୋଗୀଙ୍କୁ ଦେଇଥିବା ପ୍ରକାଶ କରିଥିଲେ । ସ୍ଥାନୀୟ ଲୋକ ମାନେ ଟଙ୍କା ନେଇ ଥିବା ଯୁବକକୁ ଅଟକ ରଖି ଅନ୍ୟ ସହଯୋଗୀଙ୍କୁ ଡକାଇବା ପାଇଁ କହିଥିଲେ । ଯୁବକ ଜଣକ ଫୋନ କରିବାରୁ ସହଯୋଗୀ ଜଣକ ଏକ କଳା ରଙ୍ଗର ହୋଣ୍ଡା ମଟରସାଇକେଲ ନଂ( ଓଡି୩୨ଏଫ୍,୭୩୮୯)ରେ ଘଟଣା ସ୍ଥଳକୁ ପହଞ୍ଚି ଥିଲା । ଉଭୟ ଚୋରି କରିଥିବା ମାନି ଯାଇଥିବା ବେଳେ ସେଠାରେ ରୁଣ୍ଡ ହୋଇଥିବା ଲୋକ ଉଭଯଙ୍କୁ ମାଡ ମାରିଥିଲେ । ପରେ ଉଭୟଙ୍କୁ ଅଟକ ରଖି ସ୍ଥାନୀୟ ଲୋକ ଛେଣ୍ଡିପଦା ଥାନାକୁ ଖବର ଦେଇଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଓ ସେମାନେ ବ୍ୟବହାର କରିଥିବା ମୋଟରସାଇକେଲକୁ ଜବତ କରି ଥାନାକୁ ଆଣିଛନ୍ତି । ଖବର ଲେଖାହେବା ସୁଦ୍ଧା ଘଟଣା ସମ୍ପର୍କରେ କୈାଣସି ମାମଲା ରୁଜ୍ଜୁ ହୋଇ ନଥିବା ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ୍ କୁମାର ବେହେରା ପ୍ରକାଶ କରିଛନ୍ତି । ଅପର ପକ୍ଷେ ଦୁଇ ଯୁବକ ଆସିକା ଅଞ୍ଚଳର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କ ପ୍ରକୃତ ପରିଚୟ ମିଳିପାରି ନାହିଁ । ପୁଲିସ ସେମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । Advertisement
କଲେଜ ଛାତ୍ରୀଙ୍କୁ ହତ୍ୟା ଘଟଣା – ୨ ଅଟକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗିରିଧିବାସିଆ ନାଳ ନିକଟରେ ଗତକାଲି ହୋଇଥିବା ଲୋମଟାଙ୍କୁରା ହତ୍ୟା ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖିଛି । କଲେଜ ଛାତ୍ରୀଙ୍କୁ ଏକୁଟିଆ…
ଭଡାଘର ମାଲିକଙ୍କ ପୁଅକୁ ଅପହରଣ ଅଭିଯୋଗରେ ଜଣେ ଗିରଫ ଅନୁଗୁଳ – ଘରେ ଭଡାରେ ରହୁଥିବା ଜଣେ ରାଜମିସ୍ତ୍ରୀ ଘର ମାଲିକଙ୍କ ନାବାଳକ ପୁଅକୁ ଅପହରଣ କରିବା ଅଭିଯୋଗରେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ…
ଡିକି ଭାଙ୍ଗି ଟଙ୍କା ଲୁଟେରାଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ଼ ଅନୁଗୁଳ – ଚୋରଙ୍କୁ ବାନ୍ଧି ନିର୍ଧୁମ ପିଟିଲେ ଲୋକ । ଖୁଣ୍ଟ ରେ ବାନ୍ଧିଦେଲେ ଆଉ ତାପରେ ଯିଏ ପାରିଲା ବିଧା , ଆଣ୍ଠୁଆ ମାରି ଚାଲିଲା…