ମୁଖ୍ୟ ଖବର କୂଅରେ ପଡି ଶିଶୁ ମୃତ Angul OnlineAugust 27, 2021August 27, 2021 ଅନୁଗୁଳ – ଅନୁଗୁଳୁ ଜିଲ୍ଲା ଜରପଡା ଥାନା ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁର କୂଅରେ ପଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଶୁକ୍ରବାର ସକାଳ ୧୦ଟା ବେଳେ ଗ୍ରାମର ପ୍ରସନ୍ନ ମାହାର ଚାଷ କାର୍ଯ୍ୟ ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କ ପତ୍ନୀ ରୋଷେଇ କରୁଥିଲେ । ଏହି ସମୟରେ ତାଙ୍କ ୩ ବର୍ଷର ପୁଅ ସୁବ୍ରତ ଖେଳୁଥିବା ସମୟରେ ଘର ଅଗଣାରେ ଥିବା କୂଅରେ ଖସିପଡି ଯାଇଥିଲା । କିଛି ସମୟ ପରେ ପ୍ରସନ୍ନଙ୍କ ସ୍ତ୍ରୀ ସୁବ୍ରତଙ୍କୁ ଖୋଜାଖୋଜି କରିବା ବେଳେ କୂଅରେ ପଡି ଯାଇଥିବା ଦେଖ୯ଇବାକୁ ପାଇଥିଲେ । ତୁରନ୍ତ ତାଙ୍କୁ କୂଅରୁ ଉଦ୍ଧାର କରା ଯାଇଥିଲେ ମଧ୍ୟ ସେତେବେଳକୁ ଶିଶୁର ମୃତ୍ୟୁ ହୋଇ ସାରିଥିଲା । Advertisement
ଦନ୍ତା ହାତୀର ମୃତଦେହ ଉଦ୍ଧାର – ଦେଢ ମାସରେ ମଲେଣି ଦୁଇ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବନଖଣ୍ଡ ଅନ୍ତର୍ଗତ ଜୋକପାଣି ଗ୍ରାମ ଜଙ୍ଗଲ ନିକଟରେ ଥିବା ଧାନ ଜମିରୁ ଏକ ଦାନ୍ତ ହାତୀର ମୃତ ଦେହ ଉଦ୍ଧାର…
ସଡକ ସୁରକ୍ଷା ବୈଠକୁ ଏନ୍.ଏଚ.ଏ.ଆଇ.ର ହେୟାଜ୍ଞାନ – ଜାରି ହେବ ନୋଟିସ ଅନୁଗୋଳ – ଜାତୀୟ ରାଜପଥ ପ୍ରାଧୀକରଣ କର୍ତ୍ତୃପକ୍ଷ ସଡ଼କ ସୁରକ୍ଷା ବୈଠକକୁ ଆସୁନାହାନ୍ତି । ଗୋଟିଏ କି ଦୁଇଟି ବୈଠକ ନୁହେଁ ଏମିତି ଅନେକ ବୈଠକ…
ଜାତୀୟ ରାଜପଥ ୫୫ ପୂର୍ଣ୍ଣାଙ୍ଗକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ରମେଶ ସାଏ ଭୁବନେଶ୍ୱର – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ମଙ୍ଗୁଳି – ସମ୍ବଲପୁର ଜାତୀୟ ରାଜପଥ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ହୋଇ ରହିଛି…