ରାଜନୀତି ଜିଲ୍ଲା ରାଜୀବ ଗାନ୍ଧୀ ଛାତ୍ର ସଂଗଠନର ସଭାପତି ଭାବେ ରାକେଶ ମନୋନୀତ Angul OnlineAugust 27, 2021August 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ଦଳର ଛାତ୍ର ନେତା ରୁପେ ପରିଚିତ ରାକେଶ ଦେହୁରୀଙ୍କୁ ଅନୁଗୁଳ ଜିଲ୍ଲା ରାଜୀବ ଗାନ୍ଧୀ ଛାତ୍ର ସଂଗଠନର ନୁତନ ସଭାପତି ପଦ ପାଇଁ ମନୋନୀତ କରାଯାଇଅଛି । ସେ ଛାତ୍ର କଂଗ୍ରେସର ଜଣେ ସୁସଂଗଠକ ଭାବେ ଜଣାଶୁଣା । ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳର ପାତେଳୀ ଗ୍ରାମର ବାସୀନ୍ଦା ରାକେଶଙ୍କ ଏହି ନିଯୁକ୍ତି ପରେ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ କର୍ମୀ ମାନଙ୍କ ମନରେ ଖୁସୀର ଲହରୀ ଖେଳି ଯାଇଛି । ପୁର୍ବରୁ ସେ ବନ୍ତଳା ମହାବିଦ୍ୟାଳୟର ପ୍ରଚାର ଓ ନିର୍ବାଚନ କମିଟିର ଅଧକ୍ଷ ରୁପେ ସୁଚାରୁ ରୁପେ ଦାଇତ୍ୱ ତୁଲାଇଛନ୍ତି । ଏହି ଦାଇତ୍ୱ ପାଇବା ପରେ ଛାତ୍ର ନେତା ରାକେଶ ଦେହୁରୀ ରାଜ୍ୟ ରାଜୀବ ଗାନ୍ଧୀ ଛାତ୍ର ସଂଗଠନ ସଭାପତି ସତ୍ୟବ୍ରତ ନାୟକ , ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା , ଅନୁଗୁଳ ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟ ସଭାପତିଙ୍କ ନିର୍ଦ୍ଧେଶ କ୍ରମେ ଆଗାମୀ ଏକ ମାସ ଭିତରେ ଜିଲ୍ଲାରେ ବ୍ଲକ କମିଟି , ମହାବିଦ୍ୟାଳୟ କମିଟି ଓ ଜିଲ୍ଲା କମିଟି ଗଠନ କରି ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଚିନ୍ତା ଧାରା ଛାତ୍ର ସମାଜ ଭିତରେ ପ୍ରଚାର ପ୍ରସାର କରିବା ସହିତ ଛାତ୍ର ଛାତ୍ରୀ ସମାଜ ଓ ମହାବିଦ୍ୟାଳୟର ଅଧିକାର ପାଇଁ ନିଃସ୍ୱାର୍ଥପର ଭାବେ ଲଢେଇ କରିବେ ବୋଲି ରାକେଶ ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ଜଣାଇଛନ୍ତି । Advertisement
ସନ୍ତୋଷ ହେଲେ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ଅନୁଗୁଳ – ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଆଜି ଅବିଭକ୍ତ ଅନୁଗୁଳ-ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର…
କୋଭିଡ ଟେଷ୍ଟିଙ୍ଗ ପାଇଁ ଜନ ଜାଗରଣ ସୃଷ୍ଟି କରିବ ବିଜେପି ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ରାଜ୍ୟ ସଂଗଠନର ପ୍ରସ୍ତାବ କ୍ରମେ ସମଗ୍ର ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଟିମ ଗଠନ କରାଯାଇଛି । ଜିଲ୍ଲା…
ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନୋମିନେସନ ଖାରଜ କରିବାକୁ ଉପଜିଲ୍ଲାପାଳଙ୍କୁ ଦରଖାସ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ୭ ନମ୍ବର ଜିଲ୍ଲା ପରିଷଦ ଜୋନର ବିଜେଡି ପ୍ରାର୍ଥୀନୀ ବବିତା କର୍ଣଙ୍କର ତିନୋଟି ସନ୍ତାନ ଥିବାରୁ ସେ…