ଅପରାଧ ଦୁଇ ଏଟିଏମ ଲୁଟ ଉଦ୍ୟମ ବିଫଳ Angul OnlineSeptember 2, 2021September 2, 2021 ଅନୁଗୁଳ – ଅନୁଗୁଳ ସହର ଉପରେ ଥିବା ଦୁଇଟି ଏଟିଏମ ଭାଙ୍ଗି ଦୁର୍ବୃତ୍ତ ମାନେ ଟଙ୍କା ଲୁଟ ଉଦ୍ୟମ କରିଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି । ତେବେ ପୂର୍ବରୁ ଜିଲ୍ଲାର ସଦର ମହକୁମାର ଦୁଇଟି ବଡ ବଡ ବ୍ଯାଙ୍କ ଲୁଟ ଓ ଗତ ବର୍ଷ ଦୁଇଟି ଏଟିଏମ ଲୁଟ ହୋଇଥିବା ବେଳେ ଦୀର୍ଘଦିନ ବ୍ୟବଧାନରେ ପୁଣି ଏଟିଏମ ଲୁଟେରାଙ୍କ ଏଭଳି ଉଦ୍ୟମ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁସାରେ ଅନୁଗୁଳ ସହରର ଅମଲାପଡ଼ା ସ୍ଥିତ ଇଣ୍ଡିଆନ ଓଭରସିସ ବ୍ୟାଙ୍କ ଓ କାନାଡ଼ା ବ୍ୟାଙ୍କ୍ ର ଏଟିଏମ୍ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଡି ଲୁଟ କରିବାକୁ ଉଦ୍ୟମ କରିଥିଲେ । ତେବେ କ୍ୟାସ୍ ଟ୍ରେ ନ କାଟି ପାରି ଟଙ୍କା ଲୁଟିବାରେ ବିଫଳ ହୋଇଥିଲେ । ବିଳମ୍ବିତ ରାତିରେ ଏହି ଲୁଟ ହୋଇଥିବା ଜଣା ପଡିଥିବା ବେଳେ ଏ ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ପୁଲିସ ସିସି ଟିଭି ଆଧାରରେ ତଦନ୍ତ କରୁଛି । Advertisement
ଦୁଇ ଚୋରଙ୍କୁ ମାଡ ମାରି ପୁଲିସର ଜିମା ଦେଲେ ଲୋକେ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁ ସାପ୍ତାହିକ ହାଟରେ ଟଙ୍କା ଚୋରି ବେଳେ ଲୋକଙ୍କ ହାତରେ ଧାରାପଡିଥିଲେ ଦୁଇ ଚୋର । ଧରା…
ବନ୍ଧୁକ ମୁନରେ ଠିକା ସଂସ୍ଥା କର୍ମଚାରୀଙ୍କୁ ଅପହରଣ ଘଟଣା- ଝାଡ଼ଖଣ୍ଡରୁ ଉଦ୍ଧାର ହେଲେ ଦୁଇ ସୁପରଭାଇଜର ପାଲଲହଡା – ଗତ ସୋମବାର ବିଳମ୍ବିତ ରାତି ରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଶିଗଡ ପଞ୍ଚାୟତ କମ୍ପରକେଳା ଠାରେ ଥିବା ଏକ ଠିକା ସଂସ୍ଥାର କ୍ୟାମ୍ପରୁ…
ଚୋରା କୋଇଲା ଖଣିରେ ଚଢାଉ , ଦୁଇ ମିନି ଟ୍ରକ ,ବୋଲେରୋ ସହ ୮ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବ୍ୟାପକ ଚୋରା କୋଇଲା ଖଣି ଥିବା ସହିତ ସେଥିରୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରା କୋଇଲା…