ଲୁହାରଡରେ ପିଟି ପିଟି ଯୁବକଙ୍କୁ ହତ୍ୟା

ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗାସାହିରେ ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ସାମାନ୍ୟ ବଚସାରୁ ଲୁହାରଡରେ ପିଟି ପିଟି ଜଣେ ଯୁବକଙ୍କୁ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ରାତି ପ୍ରାୟ ୧୦ ଟା ବେଳେ କରମଙ୍ଗାସାହିର ଶୁଭାଶିଷ ମହାପାତ୍ର ଓ ମନୋରଞ୍ଜନ ଦୋରାଙ୍କ ଭିତରେ କୌଣସି କାରଣରୁ ବଚସା ହୋଇଥିଲା । ଏହି ବଚସା ବେଳେ ମନୋରଞ୍ଜନ ରାଗି ଯାଇ ହଠାତ ଶୁଭାଶିଷଙ୍କୁ ଏକ ଲୁହାରଡରେ ଆକ୍ରମଣ କରିଥିଲେ । ଶୁଭାଶିଷଙ୍କ ମୁଣ୍ଡରେ ମାଡ ହେବା ଯୋଗୁଁ ପ୍ରବଳ ରକ୍ତସ୍ରାବ ହେବା ସହ ସେ ସେହିଠାରେ ଅଚେତ ହୋଇ ପଡି ଯାଇଥିଲେ । ଖବର ପାଇ ବନ୍ତଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶୁଭାଶିଷଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମରୁତ ଘୋଷଣା କରିଥିଲେ । ପୁଲିସ ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ଆକ୍ରାମଣକାରୀ ମନୋରଞ୍ଜନ ଫେରାର ଥିବା ଜଣା ପଡିଛି ।   

Advertisement

Leave a Reply

Your email address will not be published. Required fields are marked *

You cannot copy content of this page