ଆଞ୍ଚଳିକ ଫି ଆଦାୟ ପ୍ରସଙ୍ଗ – ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ଓହରିଲେ ଅଭିଭାବକ ସଙ୍ଘ Angul OnlineSeptember 6, 2021September 6, 2021 ଅନୁଗୁଳ – ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗକୁ ନେଇ ସାରା ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ବଢ଼ି ଚାଲିଛି । ରାଜ୍ୟ ସରକାର, ଉଚ୍ଚତମ ନ୍ୟାୟାଳୟ ଓ ସର୍ବୋଚ ନ୍ୟାୟାଳୟ ଦେଇଥିବା ନିର୍ଦେଶକୁ ଅନୁଗୁଳ ଜିଲ୍ଲାର କେତେକ ଘରୋଇ ସ୍କୁଲ ସବୁ ନିୟମକୁ ବେଖାତିର କରି ମନଇଚ୍ଛା ବେଧଡ଼କ ଭାବେ ଫି ଆଦାୟକୁ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନ ହେବା ଫଳରେ ୬ତାରିଖ ଦିନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିବାକୁ ସ୍ଥିର ହୋଇଥିଲା । କିନ୍ତୁ ଏହା ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହସ୍ତକ୍ଷେପ ପରେ୧୫ଦିନ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ସ୍ଥିର କରିଛି ସଙ୍ଘ । ସୂଚନା ମୁତାବକ, ବିଭିନ୍ନ ସମୟରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ଆରକ୍ଷି ଅଧିକାରୀଙ୍କୁ ସ୍କୁଲ ଫି ପ୍ରସଙ୍ଗକୁ ନେଇ ବେସରକାରୀ ସ୍କୁଲ ଗୁଡ଼ିକ ଜୁଲୁମ୍ କରୁଥିବା ନେଇ ବାରମ୍ବାର ଅଭିଯୋଗ ଓ ବୈଠକ ହୋଇଥିଲେ ସୁଦ୍ଧା ତାହାର କୌଣସି ସମାଧାନ ହୋଇ ପାରି ନଥିଲା । ଶେଷରେ ସବୁଠୁ ନିରାଶ ହେବା ପରେ ଜିଲ୍ଲା ଅଭିଭାବକ ସଂଘ ତାଳଚେର କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲା । ଦୀର୍ଘ ୨ବର୍ଷ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନ ହେବା ଫଳରେ ବାଧ୍ୟ ହୋଇ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ କଡ଼ା ଚେତାବନୀ ଦେଇଥିଲା । କିନ୍ତୁ ତାପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ହସ୍ତକ୍ଷେପ କରି ଆଦୋଳନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିବା ସହ ରାଜ୍ୟ ସରକାର ଲାଗୁ କରିଥିବା ନିୟମକୁ ଉଲ୍ଲଂଘନ କରି ଥିବା ସମସ୍ତ ସ୍କୁଲ୍ ଉପରେ ଚଢ଼ାଉ ହେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି । ସଂଘର ସଂଯୋଜକ ସଞ୍ଜୀବ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର, ଉଚ୍ଚତମ ନ୍ୟାୟାଳୟ ଜାରି କରିଥିବା ନିର୍ଦେଶନାମାକୁ ବେଖାତିର ଆଉ ଅବମାନନା କରିବା କାହାରି ଅଧିକାର ନାହିଁ । ଶହ ଶହ କୋମଳମତୀ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଦେଉଥିବା ନିର୍ଯ୍ୟାତନା ସତ ପ୍ରମାଣିତ ହୁଏ ତେବେ ସେମାନଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ଏଥିରେ କୌଣସି ସନ୍ଦେହ ନାହିଁ । Advertisement
କଳାକାରର ବୋଇତ ବନ୍ଦାଣ ଉତ୍ସବ – ନୌବାଣିଜ୍ୟ ଇତିହାସର ଗାଥା କଲା ପୁନର୍ଜୀବିତ ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସେବା ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ୩୭ ତମ ବୋଇତ ବନ୍ଦାଣ ମହୋତ୍ସବ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଯାଇଛି ।…
ବିଦ୍ୟୁତ ଆଘାତରେ ଜଣେ ମୃତ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ଅଭିରାମ ଗଡନାୟକ । ସୂଚନା…
ଶୋଇବା ଘରୁ ୯ ଫୁଟର ଅହିରାଜ ସାପ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଟିକରପଡା , ହାତିବାରି ଗାଁର ପ୍ରମୋଦ ଗଡତିଆ ନାମକ ଜଣେ ବ୍ୟକ୍ତିଙ୍କ ଶୋଇବା ଘରୁ ଏକ ୯ ଫୁଟ ଲମ୍ବର ଅହିରାଜ…