ମୁଖ୍ୟ ଖବର ଯୁବକଙ୍କ ସନ୍ଦେହ ଜନକ ମୃତ୍ୟ -୫ ଅଟକ Angul OnlineSeptember 9, 2021September 9, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇନାଳି ସ୍ଥିତ ରାଜୀବଭବନରେ ଜଣେ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟ ହୋଇଛି । ମୃତ ଡ୍ରାଇଭର ଜଣକ ହେଲେ ଘଡ ଗ୍ରାମର ସଦାନନ୍ଦ ଦେହୁରୀଙ୍କ ପୁଅ ଦୀପକ ଦେହୁରୀ ବୋଲି ଜଣାପଡିଛି । ସୁଚନା ଅନୁସାରେ ଗତକାଲି (ବୁଧବାର) ରାତିରେ ସାପୋଇନାଳି ସ୍ଥିତ ରାଜୀବଭବନରେ ୬ଜଣ ଟ୍ରାକ୍ଟର ଡ୍ରାଇଭର ଭୋଜି କରୁଥିଲେ । ଭୋଜିକରି ଅନ୍ୟ ଡ୍ରାଇଭର ମାନେ ଚାଲିଯାଇଥିବା ବେଳେ ଦୀପକ କିନ୍ତୁ ଘରକୁ ନଯାଇ ସେଠାରେ ଶୋଇ ରହିଥିଲେ । ପରିବାର ଲୋକ ଘରକୁ ପୁଅ ଫେରିବାରେ ବିଳମ୍ବ ଦେଖି ଖୋଜିବା ବେଳେ ରାଜୀବଭବନରେ ତାଙ୍କର ମୃତ ଦେହ ପାଇଥିଲେ । ଏ ନେଇ ମୃତକ ଦୀପକଙ୍କ ବାପା ବାଗଡିଆ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାଶ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରିବା ସହିତ ରାତିରେ ଭୋଜି କରୁଥିବା ଯୁବକ ମାନଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ପୁଲିସ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି । ଏହା ହତ୍ୟା ନା ଅନ୍ୟ କୈାଣସି କାରଣ ରହିଛି ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ବାଗଡିଆ ଫାଣ୍ଡି ଅଧିକାରୀ ପ୍ରକାଶ କରିଛନ୍ତି । Advertisement
୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ମୂଷlପlପୁଲି ଗାଁ ର ବାଙ୍କନିଧି ପ୍ରଧାନଙ୍କ ବଗିଚାରେ ଥିବା କୂଅରୁ ଶୁକ୍ରବାର ଏକ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର…
ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ ଘଟଣା – ଥାନାରେ ଅଭିଯୋଗ କଲେ ବିଧାୟକ ଅନୁଗୁଳ – ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍ନାମା ସଂପର୍କରେ ଚର୍ଚ୍ଚା…
ନବଜାତକର ମୃତଦେହ ରାସ୍ତାକଡରୁ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିର୍ମାଣାଧୀନ ବାଇପାସର ବେନ୍ତପୁର ଗାଁ ମୁଣ୍ଡରୁ ଏକ ନବଜାତକର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବାଇପାସ ଦେଇ ଯାଉଥିବା…