ମୁଖ୍ୟ ଖବର ଟ୍ରଲର ପଛରେ ବାଡେଇ ହୋଇ ମୋଟରସାଇକେଲ ଆରୋହୀ ମୃତ Angul OnlineSeptember 9, 2021September 9, 2021 ଅନୁଗୁଳ – ଅନୁଗୁଳ ଜିଲା ଅନ୍ତର୍ଗତ ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା କତଡା ଠାରେ ଏକ ଟ୍ରଲର ପଛପଟରେ ଜଣେ ମୋଟରସାଇକେଲ ବାଡେଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣା ସ୍ଥଳରେ ମଟରସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଜରପଡା ଥାନା ଜେରେଙ୍ଗଦେହୁରୀ ସାହିର ଟୁନା ନାଏକ । ସୂଚନା ଅନୁସାରେ ଜେରେଙ୍ଗ ଦେହୁରୀସାହିର ଟୁନା ନାଏକ ଏକ ମୋଟରସାଇକେଲରେ କତଡାରୁ ବଇଣ୍ଡା ଆଡକୁ ଯାଉଥିବାବେଳେ ୫୫ନଂ ଜାତୀୟ ରାଜପଥର କତଡା ଗାଁ ନିକଟସ୍ଥ ଏକ ଢାବା ସମ୍ମୁଖରେ ଟ୍ରଲର ପଛପଟରେ ବାଡେଇ ହୋଇ ତଳେ ପଡିଯାଇଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଜରପଡା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଟ୍ରଲରଟି ପଳାଇ ଯାଇଥିବାବେଳେ ପୁଲିସ ମଟରସାଇକେଲକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । Advertisement
ଟ୍ରକ ଧକ୍କାରେ ମହିଳା ମୃତ ଅନୁଗୋଳ – ଅନୁଗୋଳ ସହର ଦେଇ ଯାଇଥୁବା ୫୫ ନମ୍ବର ଜାତୀୟ ରାଜପଥର ବୁଢ଼ୀ ଠାକୁରାଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ …
ବଜ୍ରପାତରେ ୨ ମୃତ ଜଣେ ଆହତ ପାଲଲହଡ଼ା – ଅନୁଗୋଳ ପାଲଲହଡ଼ା ବ୍ଲକ୍ କରଡ଼ାପାଳ ପଂଚାୟତ ସହର ଗୁରୁଜାଙ୍ଗ ଗ୍ରାମରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି ।…
ବାଉଁଶରେ ଚିତ୍ର ଆଙ୍କି ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦ ହୋଇଥିଲେ । ସେହି ସହିଦ ମାନଙ୍କୁ ଏକ ନିଆରା…