ଅପରାଧ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରୀ Angul OnlineSeptember 11, 2021September 11, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ଜରପଡା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜରପଡାର ରାଜସ୍ବନିରୀକ୍ଷକ ଗତ ୯ ତାରିଖ ଗୁରୁବାର ସନ୍ଧ୍ୟାରେ କାର୍ଯ୍ୟାଳୟ ବନ୍ଦ କରି ଘରକୁ ଯାଇଥିଲେ । ଗତକାଲି ଛୁଟି ଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଜରପଡା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ତାଲାଭାଙ୍ଗି ଭିତରେ ଥିବା ୪୨୦୦ଟଙ୍କା ,ଏକ ଲାପଟପ ଓ କିଛି ଆସବାବପତ୍ର ଚୋରୀ କରି ନେଇ ପଳାଇଯାଇଛନ୍ତି । ଏ ନେଇ ଜରପଡା ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ସୁନିଲ କୁମାର ସ୍ବାଇଁ ଜରପଡା ଥାନାରେ ଶନିବାର ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । Advertisement
ବିପୁଳ ପରିମାଣର ବେଆଇନ ବାଣ ଜବତ – ଦୁଇ ଅଟକ ବେଆଇନ ବାଣ କାରଖାନା ଉପରେ ପୁଲିସର ଚଢାଉ । କାରଖାନାର ଲାଇସେନ୍ସ ନ ଥିବା ଜଣାପଡିଛି । ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା । ଛେଣ୍ଡିପଦା –…
ବନ୍ଧା ହେଲେ ନର୍ସିଂ କଲେଜ ମାଲିକ ଅନୁଗୋଳ – ଅନୁଗୋଳ ସାଇଶ୍ରଦ୍ଧା କଲେଜ ଅଫ ନର୍ସିଂର ମାଲିକଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି ।ସୂଚନା ଅନୁସାରେ ଉକ୍ତ କଲେଜରେ ପାଠ ପଢ଼ୁଥିବା ତିନି ଜଣ…
ଟିଉସନ ଗଲା ବାଟରେ ନାବାଳିକା ଦୁଷ୍କର୍ମ ,ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଶନିବାର ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।…