ମୁଖ୍ୟ ଖବର ରେଙ୍ଗାଳି ଖୋଲିଲା ଦୁଇଟି ଗେଟ Angul OnlineSeptember 16, 2021September 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଓଡିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଏଥିପାଇଁ ଆଜି ଚଳିତବର୍ଷର ଦ୍ୱିତୀୟ ଥର ପାଇଁ ରେଙ୍ଗାଳି ଜଳଭଣ୍ଡାରର ଦୁଇଟି ଗେଟ ଖୋଲା ଯାଇଛି । ରେଙ୍ଗାଳି ଜଳଭଣ୍ଡାର ନିର୍ବାହୀ ଯନ୍ତ୍ରୀ ଅଜିତ ଜେନାଙ୍କ ସୂଚନା ଅନୁସାରେ ରେଙ୍ଗାଳି ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବାବେଳେ, ଆଜି ୧୧ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୧୨୩.୨୯ ମିଟରରେ ପହଞ୍ଚିଥିଲା । ଏଥିପାଇଁ ପ୍ରଥମେ ରେଙ୍ଗାଳିର ୭ ନମ୍ବର ଗେଟ ଖୋଲା ଯାଇଥିଲା । ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇଥିଲା । ରେଙ୍ଗାଳି ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୯୧୪.୫୪ ଘନ ମିଟର ଜଳ ପ୍ରବେଶ କରିବା ସହ ଜଳସ୍ତର ୧୨୩.୬୯ ରହିଥିଲା । ଏଥିପାଇଁ ସନ୍ଧ୍ୟାରେ ଜାଲଭଣ୍ଡାରର ଆଉ ଏକ ଗେଟ ଖୋଲା ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଜଳ ଭଣ୍ଡାରରୂ ଏହି ଦୁଇ ଗେଟ ଦେଇ ୩୯୧୪.୨୨ ଘନମିଟର ଜଳ ବ୍ରାହ୍ମଣୀ ନଦୀରେ ନିଷ୍କାସନ ହେଉଛି । Advertisement
ପରିବାରର ସଦସ୍ୟ ଭଳି ରୀତିନୀତିରେ କୁକୁରର ଅନ୍ତିମ ସଂସ୍କାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଦୁର୍ଗାପୁର ଗାଁରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପଶୁ ପ୍ରତି ମଣିଷର ଭଲପାଇବା କେତେ ଗଭୀର ତାହାର ଏକ ଜ୍ୱଳନ୍ତ…
କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ ଅନୁଗୁଳ – ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା…
ହାତୀ ଆକ୍ରମଣରେ ବୃଦ୍ଧ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ତଳା ରେଞ୍ଜ କନ୍ତମେଘ ଗାଁରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ…