ଅପରାଧ ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମାନା Angul OnlineSeptember 17, 2021September 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଅଞ୍ଚଳରେ ଏକ ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମନା କରା ଯାଇଛି । ସୂଚନା ଅନୁସାରେ ଏହି ହାଇୱା ଗାଡିଟି ବେଆଇନ ଭାବେ ଲଘୁ ଖଣିଜ ପରିବହନ କରି ନେଉଥିବା ବେଳେ ତାଳଚେର ତହସିଲଦାର ଓ ପୁଲିସ ମିଳିତ ଚଢାଉ କରିଥିଲେ । ଆଉ ଏହି ବେଆଇନ ପରିବହନ କରୁଥିବା ଯୋଗୁଁ ଗାଡି ମାଲିକଙ୍କୁ ରୋୟାଲଟି ଓ ଫାଇନ ଆକାରରେ ୧ ଲକ୍ଷ ଟଙ୍କା ଦେବାକୁ ନିର୍ଦେଶ କରା ଯାଇଛି । ଏହା ସହ ଗାଡିକୁ ଗୋଡିବନ୍ଧ ଫାଣ୍ଡିରେ ଜବତ କରି ରଖାଯାଇଥିବା ଜଣା ପଡିଛି । Advertisement
ମେଡିସିନ ରିପ୍ରେଜେଣ୍ଟିଭଙ୍କୁ କଟୁରୀରେ ହାଣି ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବୁଢାପାଳ- ଛେଣ୍ତିପଦା ଜାତୀୟ ରାଜପଥ ୧୫୩(ବି)ର ନୂଆପଡା ଗାଁ ନିକଟରେ ଥିବା କାଜୁ ବଗିଚା ଠାରୁ ଜଣେ ମେଡିସିନ…
ନକଲି କାଗଜପତ୍ରରେ ତାଳଚେରରୁ ଚୋରା କୋଇଲା ଚାଲାଣ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶୁକ୍ରବାର ଜାତୀୟ ରାଜପଥ ୫୫ ର ସନ୍ତ୍ରୀ ଛକଠାରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି…
ମାତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୋଳ – ମାତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରିଛନ୍ତି ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ…