ଅପରାଧ ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମାନା Angul OnlineSeptember 17, 2021September 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଅଞ୍ଚଳରେ ଏକ ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମନା କରା ଯାଇଛି । ସୂଚନା ଅନୁସାରେ ଏହି ହାଇୱା ଗାଡିଟି ବେଆଇନ ଭାବେ ଲଘୁ ଖଣିଜ ପରିବହନ କରି ନେଉଥିବା ବେଳେ ତାଳଚେର ତହସିଲଦାର ଓ ପୁଲିସ ମିଳିତ ଚଢାଉ କରିଥିଲେ । ଆଉ ଏହି ବେଆଇନ ପରିବହନ କରୁଥିବା ଯୋଗୁଁ ଗାଡି ମାଲିକଙ୍କୁ ରୋୟାଲଟି ଓ ଫାଇନ ଆକାରରେ ୧ ଲକ୍ଷ ଟଙ୍କା ଦେବାକୁ ନିର୍ଦେଶ କରା ଯାଇଛି । ଏହା ସହ ଗାଡିକୁ ଗୋଡିବନ୍ଧ ଫାଣ୍ଡିରେ ଜବତ କରି ରଖାଯାଇଥିବା ଜଣା ପଡିଛି । Advertisement
ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରୁ ଲୁଟ ଉଦ୍ୟମ – ଲୁଟେରାଙ୍କ ଆକ୍ରମଣରେ ଜଣେ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ୪ ଜଣ ଦୁର୍ବୃତ୍ତ ଲୁଟ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟ ବଶତଃ ଏଥିରେ ବିଫଳ ହୋଇଛନ୍ତି ।…
ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ ଅନୁଗୁଳ – ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା‘କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ…
ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ପାଲଲହଡ଼ା – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ସରକାରୀ ବାବୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଶୁକ୍ରବାର ଅନଗୁଳ ଜିଲ୍ଲା ପାଲଲହଡା ଉପଜିଲ୍ଲାପାଳଙ୍କ…