ଅପରାଧ ସାମାନ୍ୟ ବଚସାରୁ ଖୁରରେ ତଣ୍ଟି କାଟି ହତ୍ୟା ଉଦ୍ୟମ Angul OnlineSeptember 20, 2021September 20, 2021 ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ କୁମଣ୍ଠ ଚଣ୍ଡିବଜାର ଛକ ନିକଟରେ ଏକ ସେଲୁନ କର୍ମଚାରୀଙ୍କ ବେକକୁ ଖୁରରେ କାଟି ହତ୍ୟା ଉଦ୍ୟମ କରିଥିବା ଅନୁଗୁଳ ସଦର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ କୁମଣ୍ଡ ଚଣ୍ଡିବଜାରରେ ଥିବା ଅଶୋକ ସେଲୁନ୍ର କର୍ମଚାରୀ ରଞ୍ଜିତ ବାରିକ୍ କାମ କରୁଥିବା ବେଳେ କୁମଣ୍ଡ ଗ୍ରାମର ତାଙ୍କ ସମ୍ପର୍କୀୟ ପୂର୍ଣ୍ଣ ବାରିକ୍ ସେଲୁନକୁ ଆସିଥିଲେ । ତେବେ ଉଭୟଙ୍କ ମଧ୍ୟରେ ପୂର୍ବରୁ ମନୋମାଳିନ୍ୟ ଥିବା ବେଳେ ପୁଣି କୌଣସି କାରଣ ପାଇଁ ବଚସା ହୋଇଥିଲା । ଏହି ବଚସା ବେଳେ ରଞ୍ଜିତ , ପୂର୍ଣ୍ଣଙ୍କୁ ଏକ ଥାପଡ଼ ମାରିଥିଲେ । ଏଥିରେ ପୂର୍ଣ୍ଣ ରାଗିଯାଇ ସେଲୁନରେ ଥିବା ଏକ ଖୁରରେ ହଠାତ ରଞ୍ଜିତଙ୍କ ବେକକୁ କାଟି ଦେଇଥିଲେ । ଫଳରେ ରଞ୍ଜିତ ସେଠାରେ ରକ୍ତ ଯୁଡ଼ୁବୁଡ଼ୁ ହୋଇ ପଡ଼ି ଯାଇଥିଲେ । ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ରଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଏନେଇ ରଞ୍ଜିତଙ୍କ ପରିବାର ଲୋକେ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ମା ଓ ପୁଅ ମିଶି କରୁଥିଲେ ନିଶା ବେପାର – ଗିରଫ କଲା ପୁଲିସ ଅନୁଗୁଳ – ମା ଓ ପୁଅ ମିଶି ବ୍ରାଉନ ସୁଗାର ବେପାର କରୁଥିବା ବେଳେ ଉଭୟଙ୍କୁ କାବୁ କଲା ପୁଲିସ । ଅନୁଗୁଳ ଟାଉନ ଥାନା ପୁଲିସ…
ମାରଣାସ୍ତ୍ର ଦେଖାଇ , ମାଡ଼ ମାରି ଟଙ୍କା ଓ ସାମଗ୍ରୀ ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ୫ ଜଣ ଦୁର୍ବୃତ୍ତ ବନ୍ଧୁକ…
ଦୁଇ ସାଇବର ଠକଙ୍କୁ ରାଜସ୍ଥାନରୁ ବାନ୍ଧିଲା ଅନୁଗୁଳ ପୁଲିସ ଅନୁଗୁଳ – ଅନୁଗୁଳ ପୁଲିସକୁ ପୁଣି ଏକ ସଫଳତା ମିଳିଛି । ସାଇବର ଅପରାଧରେ ସମ୍ପୃକ୍ତ ଦୁଇ ଜଣ ଅପରାଧୀଙ୍କୁ ରାଜସ୍ଥାନରୁ ଗିରଫ କରିଛି । ସୂଚନା…