ଅପରାଧ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ – ଯୁବକ ଗିରଫ Angul OnlineSeptember 24, 2021September 24, 2021 ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ଘଟଣାର ତଦନ୍ତକରି ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଆଞ୍ଚଲର ଜଣେ ମହିଳା ଘରେ ରାତିରେ ଏକୁଟିଆ ଶୋଇଥିବା ବେଳେ ଛେଣ୍ଡିପଦାର ନିକୁଞ୍ଜ ପ୍ରଧାନ ନାମକ ଜଣେ ଯୁବକ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ମହିଳା ଜଣକ ଚିତ୍କାର କରିବାରୁ ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଉଠିପଡିଥିଲେ । ଏହା ଦେଖି ନିକୁଞ୍ଜ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏ ନେଇ ମହିଳା ଜଣକ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ତା ୯।୯।୨୦୨୧ରେ ଛେଣ୍ଡିପଦା ଥାନା କେସ ନଂ ୪୨୪ରେ ମାମଲା ରୁଜୁ କରା ଯାଇଥିଲା । ଆଉ ଘଟଣାର ତଦନ୍ତ କରିବା ସହିତ ନିକୁଞ୍ଜକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ପୁଲିସ । ଆଉ ଆଜି (ଶୁକ୍ରବାର) ନିକୁଞ୍ଜକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । Advertisement
କୋଟିଏରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ, ବିଭିନ୍ନ ରାଜ୍ୟକୁ ହେଉଥିଲା ଚାଲାଣ- ଜଣଙ୍କୁ ଗିରଫ କଲା ପୁଲିସ ଛେଣ୍ଡିପଦା – ଓଡ଼ିଶାରେ ନିଶା କାରବାର ବିରୋଧରେ ସାରା ରାଜ୍ୟ ବ୍ୟାପି ଅଭିଯାନ “ଅପରେସନ ପ୍ରହାର ” ଜରିଆରେ ପୁଲିସ ତୀକ୍ଷ୍ଣ ନଜର ରଖିଛି l ଅନୁଗୋଳ…
ରାମଚଣ୍ଡୀ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଚୋରି ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବିଳମ୍ବିତ ରାତିରେ ଟଙ୍କା ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ…
୧ କୁଇଣ୍ଟାଲ ୧୬ କେଜି ଗଞ୍ଜେଇ ଜବତ, ବ୍ୟବସାୟୀ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ପୋଲିସର ଅପରେସନ୍ ‘ପ୍ରହାର’ରେ ବଡ଼ ସଫଳତା ମିଳିଛି। ଜରପଡ଼ା ଥାନା ପୋଲିସ ଓ ସ୍ପେସିଆଲ ସ୍କ୍ୱାଡ୍ର ମିଳିତ ଚଢ଼ାଉରେ ୧ କୁଇଣ୍ଟାଲ…