ସମସ୍ୟା ରେଳ ଚଳାଚଳ ନେଇ ତିନିଦଫା ଦାବି ଓ ଶାନ୍ତିପୂର୍ଣ୍ଣ ଧାରଣ Angul OnlineSeptember 27, 2021September 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ରେଳଷ୍ଟେଶନରେ ରବିବାର ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ଓଡ଼ିଶାର ସମସ୍ତ ରୁଟ୍ରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକାଲ ଟ୍ରେନ୍ ଚାଳାଚଳ ବନ୍ଦ ରହିଛି। ଏଥିରେ ନିର୍ଭରକରୁଥିବା ଦିନମଜୁରିଆ, ବେସରକାରୀ କର୍ମଚାରୀ, କଲେଜ ଛାତ୍ରୀଛାତ୍ର, ନିଜେ ରେଳବାଇ ଷ୍ଟାଫମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଗତ ମାର୍ଚ୍ଚ ୨୦୨୦ରୁ କରୋନା ଯୋଗୁ କେନ୍ଦ୍ରସରକାର ସାରା ଦେଶରେ ତାଲା ବନ୍ଦ କରିବା ସଙ୍ଗେସଙ୍ଗେ ଟ୍ରେନଗୁଡିକ ଚଳାଚଳ ବନ୍ଦ କରିଥିଲେ। ହେଲେ ପୁନଃଶ୍ଚ ଏପ୍ରିଲ ୭ ତାରିଖ ୨୦୨୧ରେ ଓଡ଼ିଶାର ସମସ୍ତ ସେକ୍ସନରେ ଲୋକାଲ ଟ୍ରେନ ପାଇଁ ଅନୁମତି ମିଳିଲା ତାହାପୁଣି ମେଲ/ଏକ୍ସପ୍ରେସ ଭଡା ଦେଇ। ପରେ ପୁଣି କରୋନା ପ୍ରଭାବକୁ ଦେଖି ମେ ୭ ୨୦୨୧ରୁ ଟ୍ରେନ ଚଳାଚଳ ବନ୍ଦ ହେଇଗଲା ଯାହାକି ଦୀର୍ଘ ୫ ମାସ ହେଲାଣି ଲକ୍ଡାଉନ୍ ଖୋଲିବା ସତ୍ତ୍ୱେ ଚାଲିବାର ନାଁ ଧରୁନି। ଏକ୍ସପ୍ରେସପ୍ ଭଡ଼ା ସାଙ୍ଗକୁ ମାସିକ, ତ୍ରୈମାସିକ ଟିକେଟ୍ ସୁବିଧା ମିଳୁନାହିଁ । ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅନୁଗୁଳ ରେଳ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏକ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବିଗୁଡ଼ିକ ହେଲା, ପୂର୍ବଭଳି ସମସ୍ତ ଲୋକାଲ ଟ୍ରେନ ଚାଲୁ, ଲୋକାଲ ଟ୍ରେନ ଏକ୍ସପ୍ରେସ ଭଡ଼ା ପରିବର୍ତ୍ତେ ସାଧାରଣ ଟିକେଟ ପାଇଁ ଅନୁମତି ଏହା ସହ ମାସିକିଆ, ତ୍ରୈମାସିକ, ବାର୍ଷିକ ଟିକେଟ ପାଇଁ ଅନୁମତି ଦାବିରେ ଅନୁଗୋଳ ସ୍ବେଛସେବୀ ପର୍ଶୁରାମ ଦାଶ,ବିଦ୍ୟାଧର ନାୟକ,ଦିବ୍ୟଜ୍ୟୋତି ନାୟକ, ସୂର୍ୟନାରାୟଣ ନାଥ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ । Advertisement
ଚାକିରି ଦେବାକୁ ନାଲକୋ ଅମଙ୍ଗ – ଆରପିଡ଼ିଏସି ସ୍ଥଗିତ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଛେଣ୍ଡିପଦାରେ ହେବାକୁ ଥିବା ଉତ୍କଳ ଡି ଓ…
ଏମ.ସି.ଏଲ.ର ଦାଦାଗିରି – ରାତି ଅଧରେ ବୁଲଡୋଜର ଲଗାଇ ଭାଙ୍ଗିଲା ଘର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଏମସିଏଲର ଦାଦାଗିରି ଅଭିଯୋଗ । କ୍ଷତିପୂରଣ ଓ ଥଇଥାନ ନକରି ରାତି ଅଧରେ ବୁଲଡୋଜର ଲଗାଇ ଏମ ସି ଏଲ…
ଟିକାକରଣରେ ୨୧ ତମ ସ୍ଥାନରେ ଅନୁଗୁଳ ଅନୁଗୁଳ – ଗୋଟିଏ ପଟେ ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଜିଲ୍ଲାରେ ଟିକାକରଣ ଅଭିଯାନ ନୈରାଶ୍ୟଜନକ ରହୁଛି । ରାଜ୍ୟରେ ୩୦ଟି…