ଭଲ ଖବର ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଦୁଇ ବର୍ଷ ଝିଅ ଭାଗ୍ୟଶ୍ରୀ Angul OnlineSeptember 28, 2021September 28, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଲୁହାମୁଣ୍ଡା ଗ୍ରାମର କୁନି ଝିଅ ଭାଗ୍ୟଶ୍ରୀ ପ୍ରଧାନ ଇଣ୍ଡିଆ ବୁକ ଅଫ ରେକର୍ଡ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି । ସୂଚନା ଅନୁସାରେ , ଚଳିତ ବର୍ଷ ଅଗଷ୍ଟ ୧୪ ତାରିଖ ଇଣ୍ଡିଆ ବୁକ ଅଫ ରେକର୍ଡ ତରଫରୁ ଗୋଟିଏ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସେଥିରେ ଅନଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ଲୁହାମୁଣ୍ଡା ଗ୍ରାମର ଦୁଇବର୍ଷ ଆଠମାସ କୁନିଝିଅ ଭାଗ୍ୟଶ୍ରୀ ଭାଗନେଇ ଥିଲେ । ସେଥିରେ ପଚରା ଯାଇଥିବା ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇଥିଲେ ଓ ସେ ନିର୍ଭୁଲ ଭାବରେ ଜାତୀୟ ସଂଗୀତ ଗାନ କରିବା ସହିତ ୧୨ ଟି ରଙ୍ଗର ନାମ , ୧୩ ଟି ଫୁଲର ନାମ ସହିତ ଆହୁରି ଅନେକ ପ୍ରକାରର ପ୍ରଶ୍ନର ସଠିକ ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ଥିବାରୁ ଇଣ୍ଡିଆ ବୁକ ଅଫ ତରଫରୁ ତାଙ୍କୁ ଗୋଲଡ ମେଡାଲ ସହ ପ୍ରମାଣପତ୍ର ବି ଆର ପେନ ଆଇ ଡି କାର୍ଡ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଖବର ଜଣା ପଡିବା ପରେ ଅନଗୁଳ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଉକ୍ତ ଝିଅ ଦିନେନା ଦିନେ ବାପା ମାଆ ଏବଂ ଗାଁ ର ଟେକ ରଖିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ସଫଳତା ପାଇଁ ପରିବାର ଲୋକ ଗର୍ବ ଅନୁଭବ କରିଛନ୍ତି । Advertisement
ଲୁଟେରାଙ୍କ ପିଛା କରି ଯୁବ ଓକିଲ ଫେରାଇ ଆଣିଲେ ଟଙ୍କା – ଡିକି ଭାଙ୍ଗି ଲୁଟ କରିଥିଲେ ଲୁଟେରା ଅନୁଗୁଳ – ଡିକି ଭାଙ୍ଗି ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ହେଲେ ଲୁଟେରାଙ୍କୁ ସାହସର ସହ ପିଛା କରି ଲୁଟେରାଙ୍କ…
ସ୍କୁଲ ଛାତ୍ରଙ୍କ ନୂଆଁ ଉଦ୍ଭାବନ – ବିନା ଚେନରେ ସାଇକେଲ ତାଳଚେର – ସମସ୍ୟା ସହ ଲଢ଼ିବାର ଇଛାଶକ୍ତି ଆଗରେ ସବୁକିଛି ତୁଚ୍ଛ ପଡିଯାଏ । ଆଉ ବ୍ୟକ୍ତି ସବୁକିଛି ସାଧନ କରିପାରେ । ଯେମିତି ଏକ ଚେନ…
ପେନସିଲ ମୁନରେ ଜଗନ୍ନାଥ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ବାଲୁକା ଚିତ୍ର ଶିଳ୍ପୀ ବାହୁଡା ଯାତ୍ରା ଅବସରରେ ପେନସିଲ ମୁନରେ ଜଗନ୍ନାଥଙ୍କ ଆକୃତି ତିଆରି କରି ସମସ୍ତଙ୍କ ମନ…