ମୁଖ୍ୟ ଖବର ସତ୍ୟାଗ୍ରହରେ ବସିବେ ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି Angul OnlineOctober 1, 2021October 1, 2021 ଅନୁଗୁଳ – ଆସନ୍ତା କାଲି ଗାନ୍ଧୀ ଜୟନ୍ତୀ ଠାରୁ ସତ୍ୟାଗ୍ରହରେ ବସିବେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ସମାଜସେବୀ କୃଷ୍ଣା ମହାନ୍ତି । ପୌର ପ୍ରଶାସନର ମନମୁଖୀ କାର୍ଯ୍ୟକୁ ବିରୋଧ କରି ସେ ଏଭଳି ସତ୍ୟାଗ୍ରହରେ ବସିବେ ବୋଲି କହିଛନ୍ତି । ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି ପାଳନ ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ‘ଅନୁଗୁଳରେ ଗାନ୍ଧୀଜୀ’ ଛାୟା ନାଟକ ମଞ୍ଚସ୍ଥ କରିବା ସହ ସାରା ରାଜ୍ୟରେ ଏହାକୁ ହର୍ଷୋଉଲ୍ଲାସରେ ପାଳନ କରା ଯାଉଛି । କିନ୍ତୁ ଏତିକି ବେଳେ ଅନୁଗୁଳରେ ନିର୍ମାଣ ହେବାକୁ ଥିବା ଗାନ୍ଧୀ ଭବନ ପାଇଁ ଉଦିଷ୍ଟ ଜାଗାରେ ପୌର ପ୍ରଶାସନ ଅନ୍ୟ କିଛି ନିର୍ମାଣ କରୁଛି । ଗାନ୍ଧୀଜୀଙ୍କ ଅନୁଗୁଳ ଗସ୍ତ ସମୟରେ ସେ ଗାନ୍ଧୀ ମାର୍ଗ ଦେଇ ଯାଇଥିବା ଯୋଗୁଁ ଏହାର ସ୍ମୃତିରେ ଅମଲାପଡା ମସଜିଦ ଛକ ଠାରେ ଗାନ୍ଧୀ ଭବନ ନିର୍ମାଣ ଲାଗି ସ୍ଥିର ହୋଇଥିଲା । ଆଉ ଏଥିପାଇଁ ଏକ ଜାଗା ଚିହ୍ନଟ ହେବା ସହ ସେହି ସ୍ଥାନରେ ବୋର୍ଡ ମଧ୍ୟ ଲାଗିଥିଲା । ତେବେ ବର୍ତ୍ତମାନ ସେହି ବୋର୍ଡ ହଟାଇ ଦେବା ସହ ଅନ୍ୟ ଏକ ଗୃହ ନିର୍ମାଣ କରା ଯାଉଛି । ପୌର ପ୍ରଶାସନକୁ ଏ ନେଇ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଏହାର ପ୍ରତିବାଦରେ ଗାନ୍ଧୀ ଜୟନ୍ତୀ ଠାରୁ ଅନିର୍ଦିଷ୍ଟ କାଳ ପାଇଁ କୃଷ୍ଣା ମହାନ୍ତି ସତ୍ୟାଗ୍ରହରେ ବସିବାକୁ ସ୍ଥିର କରିଛନ୍ତି । ଏହା ସହ ଗାନ୍ଧୀଜୀ ଓ ଗଣତନ୍ତ୍ର ବିଶ୍ଵାସୀ ଜନଗଣ ମାନେ ମଧ୍ୟ ଏଥିରେ ସାମିଲ ହେବେ ବୋଲି ସୂଚନା ମିଳିଛି । Advertisement
ତାଳଚେର ବନ୍ଦ – ସର୍ତ୍ତ ମାନିବାକୁ ପ୍ରସ୍ତୁତ ଏମସିଏଲ ତାଳଚେର – ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ରାଜ୍ୟ ସରକାର ଏହାକୁ ପରିଚାଳନା ଓ ଏହାର ସମସ୍ତ ଖର୍ଚ୍ଚ ଏମସିଏଲ ବହନ କରିବା…
ଚାଲିଲା ଏନଟିପିସି ଟିଟିପିଏସ ଅନୁଗୁଳ – ଗତ ୨୩ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସ ବନ୍ଦ ହୋଇ ଯାଇଥିବାବେଳେ ଆଜି ପୁଣି ଏହା ଚାଲୁ ହୋଇଛି । ପ୍ଲାଣ୍ଟର…
ଘରେ ପଶି ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତକୁ କାରାଦଣ୍ଡ ଅନୁଗୁଳ – ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର…