ଅପରାଧ ଜୁଆ ଆଡ୍ଡା ଉପରେ ଚଢ଼ାଉ – ୬ ଗିରଫ ୯ ମୋଟରସାଇକେଲ ଜବତ Angul OnlineOctober 6, 2021October 6, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଖମାର ଗାଁ ନିକଟରେ ଥିବା ଏକ ଆମ୍ବତୋଟାରେ ଚଲିଥିବା ଏକ ଜୁଆ ଆଡ୍ଡା ଉପରେ ବୁଧବାର ଛେଣ୍ଡିପଦା ପୁଲିସ ଚଢ଼ାଉ କରିଥିଲା । ଚଢାଉ ବେଳେ ପୁଲିସ ୬ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ୯ଟି ମୋଟର ସାଇକେଲ , ଜୁଆରେ ବ୍ୟବହୃତ ସାମଗ୍ରୀ ସହ ୮ ହଜାର ୩୦୦ ଟଙ୍କା ଜବତ କରିଛି । ସୂଚନା ଅନୁସାରେ ଦୀର୍ଘ ଦିନ ହେବ ଏହି ଆମ୍ବତୋଟା ଭିତରେ ଜୁଆ ଆଡ୍ଡା ଚାଲିଥାଏ । ଆଜି କୌଣସି ସୂତ୍ରରୁ ଖବର ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଆଶିସ କୁମାର ଦାଶ ସଦଳବଳେ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ । ପୁଲିସକୁ ଦେଖି କିଛି ଜୁଆଡି ସେମାନଙ୍କର ମଟରସାଇକେଲ ନେଇ ଫେରାର ହୋଇ ଯାଇଥିବା ବେଳେ ଆଉ କିଛି ଦୈାଡି ପଳାଇ ଯାଇଥିଲେ । ପୁଲିସ ଘଟଣା ସ୍ଥଳରୁ ୬ ଜଣ ଜୁଆଡିଙ୍କୁ ଅଟକ ରଖିବା ସହ ୯ଟି ମୋଟରସାଇକେଲ , ଜୁଆରେ ବ୍ୟବହୃତ ସାମଗ୍ରୀ ଓ ସେଠାରୁ ୮ହଜାର ୩୦୦ଟଙ୍କା , ମୋବାଇଲକୁ ଜବତ କରିଥିଲା । ଏହି ଜୁଆଡିଙ୍କ ମଧ୍ୟରୁ ରାଇପାଳ ଗ୍ରାମର ଜଣେ ଶିକ୍ଷକ ଥିବା ଜଣାପଡିଛି । ଏନେଇ ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ପୁଲିସ ୬ ଜଣ ଜୁଆଡିଙ୍କୁ ଗିରଫ କରିଛି । ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡିଛି । Advertisement
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା – ଅଭିଯୁକ୍ତକୁ କୋର୍ଟ ଚାଲାଣ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିବା ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…
ବ୍ରାଉନସୁଗାର ଜବତ – ସୁନୀଲ ସେଠୀ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଳିୟାରୀ ପୁଲିସ ହାଣ୍ଡିଧୂଆଁ ନିକଟରୁ ଜଣଙ୍କୁ ଗିରଫ କରିବା ସହ ତା ନିକଟରୁ ୨୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ…
ମୋଟସାଇକେଲ ଚୋରୀ ଗ୍ଯାଙ୍ଗ ଗିରଫ – ଦୁଇ ନାବାଳକ ଥିଲେ ମାଷ୍ଟର ମାଇଣ୍ଡ ଅନୁଗୁଳ -(ଅନୁଗୁଳ ଅନଲାଇନ୍)- ୨୧/୦- ଅନୁଗୁଳ ଜିଲ୍ଲା ପୁଲିସକୁ ପୁଣି ଏକ ବଡ଼ ସଫଳତା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରୀ କରୁଥିବା ଏକ ମୋଟରସାଇକେଲ…