ମୁଖ୍ୟ ଖବର ଦୁର୍ଘଟଣାରେ ବାପା ମୃତ , ଝିଅ ଗୁରୁତର Angul OnlineOctober 13, 2021October 13, 2021 ଅନୁଗୁଳ – ଅନୁଗୁଳ ଥାନା ତୁରଙ୍ଗ ନିକଟ ୫୫ ନଂ ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ୟାଙ୍କର ଧକ୍କାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ , ମିଶ୍ରପଡାର ବିଶ୍ୱ ନାୟକ ନାମକ ଜଣେ ବ୍ୟକ୍ତି ମୋଟରସାଇକେଲରେ ତାଙ୍କ ଝିଅ ସୁପ୍ରଭାକୁ କାଣ୍ଡସର ଛାଡ଼ିବାକୁ ଯାଉଥିଲେ । ତେବେ ତୁରଙ୍ଗ ନିକଟରେ ସେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କରକୁ ଓଭରଟେକ୍ କରୁଥିବା ବେଳେ ମୋଟରସାଇକେଲ ଚକ ଖସି ଯିବାରୁ ବିଶ୍ୱ ଟ୍ୟାଙ୍କର ଚକ ତଳେ ପଡି ଯାଇଥିବା ବେଳେ ସୁପ୍ରଭା ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଶ୍ବଙ୍କ ମୃତ୍ୟୁ ହୋଇଥିଲା । ଝିଅ ସୁପ୍ରଭାଙ୍କ ଅବସ୍ଥା ଭଲ ନଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଅନୁଗୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଓ ମୋଟରସାଇକେଲକୁ ଜବତକରି ଏକ ମାମଲା ରୁଜୁ କରିଛି । ଟ୍ୟାଙ୍କର ଚାଳକ ଥାନାରେ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି । Advertisement
ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କଲେ କୋର୍ଟ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କର୍ଣ୍ଣପାଳ ପଞ୍ଚାୟତରେ ସରପଞ୍ଚ ହୃଷିକେଶ ସାମଲଙ୍କୁ କୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ନୂତନ ସରପଞ୍ଚ ଭାବେ ,…
ସାଙ୍ଗ ବାପାଙ୍କ ମୃତ୍ୟୁରେ ସହାନୁଭୂତି ଜଣାଇବାକୁ ଯିବା ବେଳେ ଚାପିଦେଲା ଟ୍ରକ ଅନୁଗୋଳ – ସାଙ୍ଗର ବାପାଙ୍କ ମୃତ୍ୟୁର ଦୁଃଖ ସମୟରେ ସାଙ୍ଗକୁ ସହାନୁଭୂତି ଜଣାଇବାକୁ ଯାଉଥିଲେ । କିନ୍ତୁ ରାସ୍ତାରେ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଗଲା । ଖନ୍ଦାନାଳୀ…
ଅନୁଗୁଳ ମୋ ଖେଳର ଏନ୍ତୁଡିଶାଳ – ପ୍ରମୋଦ ଭଗତ ନାଲକୋନଗର – ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ନାଲକୋ ନଗର…